‘କେଣ୍ଟ ଆର୍‌ଓ’ର ନୂଆ ରାଇସ୍‌ କୁକର୍‌

ଭୁବନେଶ୍ୱର: କେଣ୍ଟ୍‌ ଆର୍‌ଓ ପକ୍ଷରୁ ଇଲେକ୍ଟ୍ରିକ୍‌ ରାଇସ୍‌ କୁକର୍‌ ଉନ୍ମୋଚନ କରାଯାଇଛି।  ଏହାର ତିନୋଟି ମଡେଲ-ରାଇସ୍‌ କୁକର୍‌ ଆଣ୍ଡ୍‌ ଷ୍ଟିମ୍‌ କୁକର୍‌, ପର୍ସନାଲ ରାଇସ୍‌ କୁକର୍‌ ଏବଂ ଇଲେକ୍ଟିକ୍‌ ରାଇସ୍‌ କୁକର୍‌ ରହିଛି। ଏହା କୁକର୍‌ ତିନି ଲିଟର ଏବଂ ପାଞ୍ଚ ଲିଟର କ୍ଷମତାରେ ଉପଲବ୍ଧ ହେଉଛି।  କେଣ୍ଟ ରାଇସ୍‌ କୁକର୍‌ ଆଣ୍ଡ୍‌ ଷ୍ଟିମ୍‌ କୁକରରେ ୫ଟି ସେଟିଂ ରହିଛି, ଯାହାକୁ ବ୍ୟବହାର କରି ଗ୍ରାହକମାନେ ଭାତ ରାନ୍ଧି ପାରିବେ। ପନିପରିବା ଶିଝାଇ ପାରିବେ। ମୋମୋ ତିଆରି କରିପାରିବେ। ଡାଲି ଏବଂ ସୁପ୍‌ ମଧ୍ୟ ପ୍ରସ୍ତୁତ କରିପାରିବେ ବୋଲି କଂପାନିର ଅଧ୍ୟକ୍ଷ ମହେଶ ଗୁପ୍ତା କହିଛନ୍ତି। କୁକର୍‌ଗୁଡ଼ିକର ଡିଜାଇନ୍‌ କମ୍ପାକ୍ଟ ହୋଇଥିବାରୁ ସେଗୁଡ଼ିକୁ ସବୁ ପ୍ରକାର ରୋଷେଇ ଘର ପାଇଁ ଉପଯୁକ୍ତ। ଛାତ୍ରଛାତ୍ରୀମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ।

ସମ୍ବନ୍ଧିତ ଖବର