ବ୍ରହ୍ମପୁରରେ ଖୋଲିଲା ‘ଖଜାନା ଜୁଏଲାରି’

ବ୍ରହ୍ମପୁର : ଓଡ଼ିଶା ଅଳଙ୍କାର ବଜାରରେ ପ୍ରବେଶ କରିଛି ଖଜାନା ଜୁଏଲାରି। ରାଜ୍ୟର ଏହାର ପ୍ରଥମ ସୋରୁମ୍‌ ଆଜି ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡ଼୍‌ରେ ବଲିଉଡ୍‌ ଅଭିନେତ୍ରୀ କାଜଲ୍‌ ଅଗ୍ରୱାଲ୍‌ଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି। ଖଜାନା ଜୁଏଲାରିର ସ୍ବତନ୍ତ୍ରତା ମୋର ପସନ୍ଦ ଏବ˚ ସମସ୍ତଙ୍କ ପସନ୍ଦ ଆସିବ ବୋଲି ସେ କହିଛନ୍ତି। ପ୍ରଥମ ଥର ବ୍ରହ୍ମପୁର ଆସି ଏଠାରେ ତାଙ୍କର ହଜାର ହଜାର ଶୁଭେଚ୍ଛୁ ଥିବା ଦେଖି ସେ ଅଭିଭୂତ ବୋଲି କହିଥିଲେ। ବ୍ରହ୍ମପୁର ଓ ଆନ୍ଧ୍ର ଲୋକଙ୍କ ଭିତରେ କିଛି ଫରକ୍‌ ନାହିଁ। ତେଣୁ ବ୍ରହ୍ମପୁର ନିଜ ମାଟି ଭଳି ଲାଗୁଛି ବୋଲି ମତବ୍ୟକ୍ତ କରିଥିଲେ। ଖଜାନା ଜୁଏଲାରି ପକ୍ଷରୁ ଉଦ୍‌ଘାଟନୀ ଅଫର୍‌ରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସୁନାର ପ୍ରତି ଗ୍ରାମ୍‌ରେ ୧୦୦ଟଙ୍କା ଛାଡ଼ ସହିତ ଏକ କ୍ୟାରେଟ୍‌ ହୀରାରେ ୧୦ ହଜାର ଟଙ୍କା ଛାଡ଼ ଘୋଷଣା କରାଯାଇଛି। ଏଠାରେ ବିଆଇଏସ୍‌ ହଲ୍‌ମାର୍କ ୯୧୬ ସୁନା ମଧ୍ୟ ବିକ୍ରି ହେଉଛି। ୧୯୯୩ରେ ଚେନ୍ନାଇସ୍ଥିତ ଏନ୍‌ଏସ୍‌ସି ବୋଷ ରୋଡ଼ରେ ପ୍ରଥମ ସୋ’ରୁମ୍‌ ପ୍ରତିଷ୍ଠା ପରେ ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ଏହାର ୫୦ଟି ଶାଖା ଗଢ଼ି ଉଠିଛି।

ସମ୍ବନ୍ଧିତ ଖବର