ଖିମ୍‌ଜୀ ଜୁଏଲର୍ସର ‘ବାଏ ୱାନ୍ ଗେଟ୍‌ ଟୁ ଅଫର୍‌’

ଭୁବନେଶ୍ବର: ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଡିଭାଇନ ସଲିଟାୟର୍ସ ଗହଣା ଉପରେ ଆକର୍ଷଣୀୟ ‘ବାଏ ୱାନ୍ ଗେଟ୍ ଟୁ ଅଫର’ ଘୋଷଣା କରାଯାଇଛି। ଖିମ୍‌ଜୀର ଭୁବନେଶ୍ବର ଏବଂ କଟକ ସୋ’ରୁମ୍‌ରେ ସଲିଟାୟାର୍ସ ଗହଣାର ପ୍ରଦର୍ଶନୀ ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇଛି। ଉକ୍ତ ପ୍ରଦର୍ଶନୀରୁ ଆକର୍ଷଣୀୟ ଅଫର ମାଧ୍ୟମରେ ଜଣେ ଗ୍ରାହକ ୧.୦ କ୍ୟାରେଟ୍‌ର ଡିଭାଇନ ସଲିଟାୟାର୍ସ ହୀରା ଗହଣା କିଣି‌ଲେ ସେମାନଙ୍କୁ ସମାନ ରଙ୍ଗ, କଟ୍ ଏବଂ କ୍ଲାରିଟିର ୦.୧୮ କ୍ୟାରେଟ୍‌ର ଡିଭାଇନ ସଲିଟାୟର ଡାଇମଣ୍ଡ ମାଗଣାରେ ଉପଲବ୍ଧ ହେବ। ଉକ୍ତ ପ୍ରଦର୍ଶନୀ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ଡିଭାଇନ ସଲିଟାୟର୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଜିଗ୍ନେଶ ମେହେଟ୍ଟା କୁହନ୍ତି, ଖିମ୍‌ଜୀ ଜୁଏଲର୍ସ ସହ ସହଯୋଗିତା ସ୍ଥାପନ କରି ଆମେ ଗର୍ବିତ। ସଲିଟାୟାର ପ୍ରଦର୍ଶନୀ ମାଧ୍ୟମରେ ଆମେ ଭୁବନେଶ୍ବର ଓ କଟକର ଗ୍ରାହକଙ୍କ ପାଇଁ ଉଚ୍ଚମାନର ଗହଣା ଆଣିବାରେ ସକ୍ଷମ ହୋଇପାରିଛୁ। ସେହିଭଳି ଖିମ୍‌ଜୀ ଜୁଏଲର୍ସର ତତ୍ତ୍ବାବଧାୟକ ମିତେଶ ଖିମ୍‌ଜୀ କୁହନ୍ତି, ଗହଣାର ମୂଲ୍ୟ ଏବଂ ଗୁଣବତ୍ତାରେ ସ୍ବଚ୍ଛତା ପାଇଁ ଆମେ ଡିଭାଇନ ସଲିଟାୟାର୍ସର ପ୍ରଶଂସା ସର୍ବଦା କରିଆସିଛୁ। ଓଡ଼ିଶାର ଗ୍ରାହକମାନେ ଏହି ପ୍ରଦର୍ଶନୀରୁ ଡିଭାଇନ ସଲିଟାୟାର୍ସର ବ୍ୟାପକ ବର୍ଗର ହୀରା ଗହଣା କିଣିବା ସୁଯୋଗ ପାଇପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର