କର୍ଲଅନ୍ ଆଣିଲା ମ୍ୟାଟ୍ରେସ୍ ଟପ୍‌ ‘କୁଲର୍’

ଭୁବନେଶ୍ବର: କର୍ଲଅନ୍ ପକ୍ଷରୁ ଖରାଦିନ ପାଇଁ ‘କୁଲର୍‌’ ନାମରେ ଏକ କୁଲ୍ ଜେଲ୍ ମ୍ୟାଟ୍ରେସ୍‌ ଟପ୍‌ର ବଜାର ପ୍ରବେଶ କରାଯାଇଛି। ଏହି କୁଲର୍‌କୁ ମ୍ୟାଟ୍ରେସ ଉପରେ ପକାଇଲେ ଘର ତାପମାତ୍ରାଠାରୁ ଏଥିରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମ୍‌ ତାପମାତ୍ରା ଅନୁଭୂତ ହେବ। ନୂଆ ଉତ୍ପାଦ ଏବେ କୁଇନ୍ ସାଇଜ୍‌ରେ ଉପଲବ୍ଧ ହେଉଛି ଏବଂ ଏହାର ମୂଲ୍ୟ ୬୯୯୯ ଟଙ୍କା ରହିଛି। ଅନ୍ୟ ମ୍ୟାଟ୍ରେସ୍ ସାଇଜ୍‌ର କୁଲର୍ ଆଗାମୀ ଦିନରେ ଆସିବ। ଭୁବନେଶ୍ବର ସମେତ ଦେଶର ଅନ୍ୟ ସହରରେ ଥିବା କର୍ଲଅନ୍‌ର ହୋମ୍ କମ୍ଫର୍ଟ ଷ୍ଟୋର ସମେତ ଅନଲାଇନରେ www.homecomforts.comରେ ଏହା ଉପଲବ୍ଧ ହେବ। ଗବେଷଣା ପ୍ରତି କମ୍ପାନିର ଥିବା ପ୍ରତିଶ୍ରୁତିବଦ୍ଧତାର ଏହା ଏକ ନିଦର୍ଶନ ବୋଲି କର୍ଲଅନ୍‌ର ସିଏମ୍‌ଓ ଆଶୁତୋଷ ବୈଦ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର