ଏଲ୍‌ ଆଣ୍ଡ୍‌ ଟି ଇନ୍‌ଫୋଟେକ୍-ମାଇଣ୍ଡଟ୍ରି ମିଶ୍ରଣ

ନୂଆଦିଲ୍ଲୀ : ଦେଶର ଦୁଇଟି ସୂଚନା ପ୍ରଯୁକ୍ତି କମ୍ପାନି ଏଲ୍‌ ଆଣ୍ଡ୍‌ ଟି ଇ‌ନଫୋଟେକ୍ ଏବଂ ମାଇଣ୍ଡଟ୍ରି ମଧ୍ୟରେ ମିଶ୍ରଣ ଘୋଷଣା କରାଯାଇଛି। ଦୁଇ କମ୍ପାନିର ନିର୍ଦ୍ଦେଶକ ବୋର୍ଡ ଶୁକ୍ରବାର ଏହି ମିଶ୍ରଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ତେବେ ଏହି ମିଶ୍ରଣ ଅଂଶଗ୍ରହଣକାରୀ ଏବଂ ନିୟାମକ ସଂସ୍ଥାଙ୍କ ଅନୁମୋଦନ ଉପରେ ନିର୍ଭର କରୁଛି ବୋଲି ଏଲ୍ ଆଣ୍ଡ୍ ଟି ଇନଫୋଟେକ୍ ପକ୍ଷରୁ କୁହାଯାଇଛି। ମିଶ୍ରଣ ପରେ ଉକ୍ତ କମ୍ପାନିର ନାମ ଏଲ୍‌ଟିଆଇମାଇଣ୍ଡଟ୍ରି ରହିବ। ଏହା କାର୍ଯ୍ୟକାରୀ ହେବାପରେ ମାଇଣ୍ଡଟ୍ରିର ଅଂଶଧାରକମାନେ ସେମାନଙ୍କର ୧୦୦ଟି ସେୟାର ବଦଳରେ ଏଲ୍ ଆଣ୍ଡ୍ ଟି ଇନଫୋଟେକ୍‌ର ୭୩ଟି ସେୟାର ପାଇବେ। ମିଶ୍ରଣ ପରେ ଏଲ୍ ଆଣ୍ଡ୍‌ ଟି ଇନଫୋଟେକ୍‌ରେ ଏଲ୍ ଆଣ୍ଡ୍‌ ଟିର ୬୮.୭୩ ପ୍ରତିଶତ ଅଂଶଧନ ରହିବ। ଏଲ୍ ଆଣ୍ଡ୍‌ ଟି ଇନଫୋଟେକ୍‌ର ଅଧ୍ୟକ୍ଷ ଏଏମ୍ ନାୟକ କହିଛନ୍ତି, ଆଇଟି ସେବା ବ୍ୟବସାୟର ଅଭିବୃଦ୍ଧି ପ୍ରତି ଏହା କମ୍ପାନିର ପ୍ରତିଶ୍ରୁତିବଦ୍ଧତା। ଉଭୟ କମ୍ପାନିର ମିଶ୍ରଣ ପରସ୍ପରର ଗ୍ରାହକ, ନିବେଶକ, ଅଂଶଧାରକ ଏବଂ କର୍ମଚାରୀଙ୍କ ପାଇଁ ଲାଭଦାୟକ ହେବ।

ସମ୍ବନ୍ଧିତ ଖବର