ଲରେନ୍ସ ଆଣ୍ଡ୍‌ ମାୟୋ ପକ୍ଷରୁ ସନ୍‌ ଗ୍ଲାସ୍‌ ମେଳା

ଭୁବନେଶ୍ୱର: ଦେଶର ପ୍ରିମିୟମ ଅପ୍ଟିକାଲ ରିଟେଲ୍‌ କମ୍ପାନି ଲରେନ୍ସ ଆଣ୍ଡ ମାୟୋ ପକ୍ଷରୁ ଏହାର ବାର୍ଷିକ ସନ୍‌ ଗ୍ଲାସ୍‌ ମେଳା ୨୦୧୮ ଘୋଷଣା କରାଯାଇଛି। ଏହି ଅବସରରେ ବିସ୍ତତ ବର୍ଗର ସନ୍‌ ଗ୍ଲାସ୍‌ ଲରେନ୍ସ ଆଣ୍ଡ ମାୟୋ ସୋରୁମ୍‌ଗୁଡ଼ିକରେ ଉପଲବ୍ଧ ହେବ। ଏହି ଅବସରରେ ବିଶ୍ୱସ୍ତରୀୟ ସନ୍‌ ଗ୍ଲାସ୍‌ ବ୍ରାଣ୍ଡ୍‌ ବାନ୍‌, ଭୋଗ୍‌, ବର୍‌ବେରି, ଡି ଆଣ୍ଡ୍‌ ଜି, ଗୁସି, ମେବ୍ୟାକ୍‌, ପାରାଡ଼ା, ଟମ୍‌ ଫୋର୍ଡ, ରିବକ୍‌ ଆଦି ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ। ଏହାସହ ଗ୍ରାହକଙ୍କୁ ସନ୍‌ ଗ୍ଲାସ ଲେନ୍ସ ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯିବ। ଏହି ଅଫର୍‌ ୨୦୧୮ ମଇ ମାସ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ ଏସବୁ ରିହାତି ପ୍ରଦାନ କରାଯାଉଛି ବୋଲି ଲରେନ୍ସ ଆଣ୍ଡ ମାୟୋର ବ୍ୟାବସାୟିକ ମୁଖ୍ୟ ସୁମନ ଅଞ୍ଜୟ କହିଛନ୍ତି।

ସମ୍ବନ୍ଧିତ ଖବର