ଚିପଟ ନଈରୁ ଯୁବକର ମୃତ ଶରୀର ଉଦ୍ଧାର 

ବାରିପଦା: ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ବେଲଗଡ଼ିଆ ନିକଟସ୍ଥ ଚିପଟ୍‌ ନଦୀ ମଧ୍ୟରୁ ଜଣେ ଯୁବକର ମୃତ ଶରୀର ପୁଲିସ ଉଦ୍ଧାର କରିଛି। ଆଜି ଅପରାହ୍ନ ୩ଟା ସମୟରେ ଦମକଳ ବାହିନୀ ଚିପଟ ନଦୀ ମଧ୍ୟରେ ଅସ୍ଥାୟୀ ପୋଲ ତଳେ ଥିବା ହ୍ୟୁମ୍‌ ପାଇପ୍‌ ମଧ୍ୟରୁ ଉକ୍ତ ମୃତ ଦେହକୁ ଉଦ୍ଧାର କରିଥିଲା। ଏ ନେଇ ବାରିପଦା ଟାଉନ୍‌ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପିଆର୍‌ଏମ୍‌ ମେଡ଼ିକାଲ୍‌ କଲେଜକୁ ପଠାଯାଇଛି। ମୃତ ଯୁବକର ନାମା ବୁଢ଼ା ବେହେରା ଏବଂ ତାଙ୍କ ବାପାଙ୍କ ନାମ ବିଜୟ ବେହେରା ଏବଂ ତାଙ୍କ ଘର ବାରିପଦା ଟାଉନ୍‌ର ବେଲଗଡ଼ିଆରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର