ପଟିଆରେ ‘ଲାବଣ୍ୟ ଫର୍ଣ୍ଣିଚର୍‌’ର ନୂଆ ସୋ’ରୁମ୍

ଚନ୍ଦ୍ରଶେଖରପୁର: ଆଜି ପବିତ୍ର ସରସ୍ବତୀ ପୂଜା ଅବସରରେ ପଟିଆ ଛକଠାରେ ଉଦ୍‌ଘାଟିତ ହୋଇଯାଇଛି ‘ଲାବଣ୍ୟ ଫର୍ଣ୍ଣିଚର’ର ଏକ ବିଶାଳ ସୋରୁମ୍। ପଟିଆ-ଇନ୍‌ଫୋସିଟି ରାସ୍ତା କଡ଼ରେ ଥିବା ଏହି ସୋ’ରୁମରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ତଥା ବିଳାସମୟ ଆସବାବପତ୍ର ମିଳୁଛି ବୋଲି ସୋ’ରୁମର ପରିଚାଳନା ନିର୍ଦେଶକ ତଥା ମାଲିକ ଶିଶିର କୁମାର ସାହୁ ପ୍ରକାଶ କରିଛନ୍ତି। ଆଜି ସଂଧ୍ୟାରେ ଏକ ସ୍ୱତନ୍ତ୍ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଲାବଣ୍ୟ ଗ୍ରୁପ୍‌, ସାହୁ ସମାଜର ସଦସ୍ୟ ଓ ପ୍ରଶଂସକମାନଙ୍କ ଉପସ୍ଥିତିରେ ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋ’ରୁମ୍‌କୁ ଉଦ୍‌ଘାଟନ କରିଛନ୍ତି। ଏଥି ସହିତ ସେ ସୋ’ରୁମ୍ ବୁଲିଦେଖିଥିଲେ। ଏହି ଅବସରରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଲାବଣ୍ୟ ଫର୍ଣ୍ଣିଚର୍‌ର ତତ୍ତ୍ବାବଧାୟକ ଶ୍ରୀ ସାହୁ ଅତିଥିମାନଙ୍କୁ ସମ୍ବର୍ଧିତ କରିଥିଲେ। ଏହି ସୋରୁମ‌’ରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଆସବାବପତ୍ର ଯଥା ସୋଫା,ଖଟ,ଡାଇନିଂ, ଡ୍ରେସିଂ, ଆଲମାରି, ସୋକେସ୍, ଟେବୁଲ୍, ଗଦି , ଲିଭିଂ ରୁମ ଫର୍ଣ୍ଣିଚର, ପିଲାଙ୍କ ବେଡରୁମ ଫର୍ଣ୍ଣିଚର ଆଦି ମିଳୁଛି । ଖାସକରି ସାଗୁଆନ୍ କାଠରେ ଅତ୍ୟାଧୁନିକ ଡିଜାଇନ୍‌ ହୋଇଥିବା ଆସବାବପତ୍ର ଏଠାରେ ମିଳିପାରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିପାରିଛି। ।

ସମ୍ବନ୍ଧିତ ଖବର