୧୮ ଦିନ କାରଖାନା ବନ୍ଦ ରଖିବ ଅଶୋକ ଲେଲ୍ୟାଣ୍ଡ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ଓଜନିଆ ଗାଡି ଉତ୍ପାଦନ କରୁଥିବା କମ୍ପାନୀ ଅଶୋକ ଲେଲ୍ୟାଣ୍ଡ ଏହାର ୫ଟି କାରଖାନାକୁ ସାମୟିକ ସମୟ ପାଇଁ ବନ୍ଦ ଘୋଷଣା କରିଛି | ଅଗଷ୍ଟ ମାସରେ କମ୍ପାନୀର ୪୭ ପ୍ରତିଶତ ବିକ୍ରି କମିଯାଇଛି | ଯାହାକୁ ନେଇ କମ୍ପାନୀ ଏହାର କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି | କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ମାସରେ ୧୮ ଦିନ ପାଇଁ କମ୍ପାନୀର କାରଖାନାଗୁଡିକୁ ବନ୍ଦ କରାଯିବ | ଚେନ୍ନାଇର ଏନଓର ପ୍ଲାଣ୍ଟକୁ ୧୬ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ରାଜସ୍ଥାନରେ ଥିବା କାରଖାନାକୁ ୧୦ ଦିନ ବନ୍ଦ ରଖାଯିବ |

Photo-Moneycontrol

ସେହିପରି ଉତ୍ତରପ୍ରଦେଶର ପଂଥନଗରରେ ଥିବା ପ୍ଲାଣ୍ଟକୁ ୧୮ ଦିନ ପାଇଁ ବନ୍ଦ କରାଯିବ | ଏଠାରେ ସୂଚନା ଥାଉ କି ବିଶେଷ କରି ବଜାରରେ ଗାଡ଼ି ବିକ୍ରି ହେଉନଥିବାରୁ ଗାଡ଼ି କଂପାନିଗୁଡ଼ିକ ନିଜର ପୁଞ୍ଜିନିବେଶ ଅଟକାଇବା ମଧ୍ୟ ଆରମ୍ଭ କରିଛନ୍ତି। ‌

ପ୍ରଥମ କଂପାନି ଭାବେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ୧୦୦୦ କୋଟି ଟଙ୍କାର ପୁଞ୍ଜିନିବେଶକୁ ଅଟକାଇ ଦେଇଥିଲା। ଚଳିତ ବର୍ଷ ଯଦି ଏହି ନିବେଶ ନହେବ ତେବେ ଅଧିକ ଲୋକଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି ହେବ ବୋଲି କଂପାନିର ଏମ୍‌ଡି ପୱନ ଗୋଏଙ୍କା କହିଥିଲେ ।

ସମ୍ବନ୍ଧିତ ଖବର