ଘରୋଇ ସବସିଡିଯୁକ୍ତ ଏଲପିଜି ମୂଲ୍ୟରେ ସାମାନ୍ୟ ବୃଦ୍ଧି

ଭୁବନେଶ୍ୱରରେ : ୨୦୧୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଘରୋଇ ଉପଭୋକ୍ତାଙ୍କ ନିମନ୍ତେ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ପ୍ରଭାବୀ ଦରରେ ସିଲିଣ୍ଡର ପିଛା ଟ୨.୧୫ ପଇସା ବୃଦ୍ଧି  ପାଇଛି ।  ଏହା ଫଳରେ ଫେବୃୟାରି ୨୦୧୯ରେ ଏହା ଟ ୫୦୪.୩୪ ଥିବାବେଳେ  ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଟ ୫୦୬.୪୯କୁ ବୃଦ୍ଧି ପାଇଛି ।

ଭୁବନେଶ୍ୱରରେ ଅଣ-ସବସିଡି ଘରୋଇ ଗ୍ୟାସର ମୂଲ୍ୟ ମାର୍ଚ୍ଚ ୨୦୧୯ରେ ସିଲିଣ୍ଡର ପିଛା ଟ. ୪୪.୦୦ ବୃଦ୍ଧି ଘଟିବ, ଯାହାର ମୁଖ୍ୟ କାରଣ ଅନ୍ତରାଷ୍ଟ୍ରୀୟ ସ୍ତରରେ ମୂଲ୍ୟରେ ପରିବର୍ତ୍ତନ ଏବଂ ବିଦେଶୀ ମୁଦ୍ରାସ୍ପୀତିରେ ଅସ୍ଥିରତା । ଜିଏସ୍ଟି ଲାଗୁ ହୋଇଥିବା ଯୋଗୁ ସବସିଡି ଘରୋଇ ଏଲପିଜି ଗ୍ୟାସ ଉପଭୋକ୍ତାଙ୍କ ଉପରେ ବାସ୍ତବିକ ପ୍ରଭାବ କେବଳ ସିଲିଣ୍ଡର ପିଛା ଟ୨.୧୫ ରହିବ । ମାର୍ଚ୍ଚ ୨୦୧୯ରେ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାରେ ସବସିଡି ହସ୍ତାନ୍ତରଣକୁ ବୃଦ୍ଧି କରି ସିଲିଣ୍ଡର ପିଛା ଟ୨୨୩.୫୧ କରାଯାଇଛି, ଯାହା କି ଫେବୃୟାରି ୨୦୧୯ରେ ଏହା ସିଲିଣ୍ଡର ପିଛା ଟ୧୮୧.୬୬ ରହିଥିଲା । ତେଣୁ ଘରୋଇ ସବସିଡି ଏଲପିଜି ଉପଭୋକ୍ତାମାନେ ଏଲପିଜି ଦର ବୃଦ୍ଧିରେ ସୁରକ୍ଷିତ ଅଛନ୍ତି ।

ସମ୍ବନ୍ଧିତ ଖବର