ମୋଦୀ ସରକାରଙ୍କ ଉପରେ ପୁଣି ବର୍ଷିଲେ ମନମୋହନ, ପ୍ରଥମେ ମାନ୍ଦା ଅର୍ଥନୀତିକୁ ସୁଧାର

ନୂଆଦିଲ୍ଲୀ : ଆଜି ପୁଣି କେନ୍ଦ୍ରରେ ଶାସନାଧୀନ ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ଡଃ ମନମୋହନ ସିଂ । ସେ କହିଛନ୍ତି ଯେ ମୋଦୀ ସରକାର ସ୍ୱୀକାର କରନ୍ତୁ ଯେ ଦେଶ ଏକ ଗୁରୁତର ଆର୍ଥିକ ମାନ୍ଦାବସ୍ଥା ଆଡକୁ ଗତି କରୁଛି । ସରକାର ହେଡଲାଇନ ମ୍ୟାନେଜମେଣ୍ଟ ଛାଡି ଆର୍ଥିକ ସଂସ୍କାର ଆରମ୍ଭ କରନ୍ତୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଦେଶର ଯେଉଁ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି ତାହା ବେଶ ଚିନ୍ତାଜନକ । ଏଥିରୁ ମୁକୁଳିବାକୁ ଦେଶକୁ ବେଶ କିଛି ବର୍ଷ ଲାଗିଯିବ । ବର୍ତ୍ତମାନର ଢାଞ୍ଚାଗତ ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ସରକାର ପରବର୍ତ୍ତି ପିଢିର ଆର୍ଥିକ ସଂସ୍କାର ଆରମ୍ଭ କରିଦେବା ଉଚିତ । ୬ଟି କ୍ଷେତ୍ର ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଜିଏସଟିକୁ ସରଳ କରିବା, କୃଷିର ପୁନରୁଦ୍ଧାର, ପୁଞ୍ଜି ସୃଷ୍ଟି, ଅଧିକ ନିଯୁକ୍ତି ସୃଷ୍ଟିକାରୀ ଉଦ୍ୟୋଗର ସୁଧାର, ରପ୍ତାନି ବୃଦ୍ଧି ଓ ଭିତ୍ତିଭୂମିର ବିକାଶ ।

ସମ୍ବନ୍ଧିତ ଖବର