ମାର୍ଚ୍ଚରେ ଗାଡ଼ି ବିକ୍ରି ୬୪% ହ୍ରାସ

ନୂଆଦିଲ୍ଲୀ: ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଭାରତୀୟ ଅଟୋମୋବାଇଲ୍ ଶିଳ୍ପର ମେରୁଦଣ୍ଡକୁ କରୋନା ମୁକାବିଲା ପାଇଁ ଘୋଷଣା କରାଯାଇଛି ଲକ୍ ଡାଉନ୍ ଏକ ପ୍ରକାର ଭାଙ୍ଗି ଦେଇଛି। ମାର୍ଚ୍ଚ ମାସରେ ଗାଡ଼ି ବିକ୍ରିରେ ୬୪ ପ୍ରତିଶତ ହ୍ରାସ ଘଟିଛି। ଭାରତରେ ପ୍ରତି ଦ୍ବିତୀୟ କାର୍ ବିକ୍ରି କରୁଥିବା ମାରୁତି ସୁଜୁକି କହିଛି ଯେ ଏହାର ବିକ୍ରି ୪୭% ହ୍ରାସ ପାଇଛି। ମାର୍ଚ୍ଚରେ ଏହା ୮୭,୭୯୨ଟି ଗାଡ଼ି ବିକ୍ରି କରିଛି। କଂପାନିର ରପ୍ତାନି ୫୫% ହ୍ରାସ ପାଇ ୪୭୧୨ଟି ଗାଡ଼ିରେ ପହଞ୍ଚିଛି। ହାଲୁକା ବାଣିଜ୍ୟିକ ଯାନ ବିକ୍ରି ମଧ୍ୟ ୭୧.୫ ପ୍ରତିଶତ ହ୍ରାସ ପାଇ ୭୩୬ରେ ପହଞ୍ଚିଯାଇଛି। ସେହିପରି, ଟାଟା ମୋଟର୍ସର ଯାତ୍ରୀବାହୀ ଗାଡ଼ି ବିକ୍ରି ୬୮ ପ୍ରତିଶତ ହ୍ରାସ ପାଇଛି। ସେହି ସମୟରେ ଟ୍ରକ୍ ଓ ବସ୍ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଯାନ ବିକ୍ରିରେ ୮୭ ପ୍ରତିଶତ ହ୍ରାସ ଘଟିଛି। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ବିକ୍ରିରେ ୮୮ ପ୍ରତିଶତ ହ୍ରାସ ଘଟିଛି। ମାର୍ଚ୍ଚରେ କଂପାନି ୩୩୮୪ଟି ଯାତ୍ରୀବାହୀ ଯାନ ବିକ୍ରି କରିଛି। ମହିନ୍ଦ୍ରାର ବାଣିଜ୍ୟିକ ଯାନ ବିକ୍ରି ୯୦ ପ୍ରତିଶତ ହ୍ରାସ ପାଇଛି। ମାର୍ଚ୍ଚରେ କଂପାନି ମାତ୍ର ୨୩୨୫ଟି ବାଣିଜ୍ୟିକ ଯାନ ବିକ୍ରି କରିଛି।

ସମ୍ବନ୍ଧିତ ଖବର