ଚାକିରି ହରାଇବେ ମାରୁତି ସୁଜୁକିର ୩,୦୦୦କର୍ମଚାରୀ !

ନୂଆଦିଲ୍ଲୀ : ମାରୁତି ସୁଜୁକିରେ କାମ କରୁଥିବା ୩,୦୦୦ ଅସ୍ଥାୟୀ କର୍ମଚାରୀ ନିଜର ଚାକିରି ହରାଇବାକୁ ଯାଉଛନ୍ତି । ମଙ୍ଗଳବାର ଏ ନେଇ ଜଣାଇଛନ୍ତି ମାରୁତି ସୁଜୁକିର ଅଧ୍ୟକ୍ଷ ଆର.ସି ଭାର୍ଗବ । କମ୍ପାନୀରେ ଅସ୍ଥାୟୀଭାବେ କାମ କରୁଥିବା ୩,୦୦୦ କର୍ମଚାରୀଙ୍କ ଅନୁବନ୍ଧର ନବୀକରଣ କରାଯାଇ ନଥିବା କହିଛନ୍ତି ଅଧ୍ୟକ୍ଷ  ଭାର୍ଗବ । ଏବେ ଅଟୋ ଇଣ୍ଡଷ୍ଟ୍ରି ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

କମ୍ପାନୀର ବାର୍ଷିକ ସାଧରଣ ବୈଠକରେ ଅଧ୍ୟକ୍ଷ ଆର.ସି ଭାର୍ଗବ ସେୟାରହୋଲ୍‌ଡରଙ୍କୁ ଜଣାଇଥିଲେ କି, କାର୍‌ର ଦାମ୍‌ରେ ସୁରକ୍ଷା ମାନଦଣ୍ଡ ଓ ଅଧିକ କର ଯୋଡ଼ି ଦିଆଯାଇଛି,  ଯାହାଦ୍ୱାରା ଲୋକମାନଙ୍କୁ ଗାଡ଼ି କିଣିବାରେ ଅସୁବିଧା ହେଉଛି । ଗତ କିଛି ମାସ ହେଲାଣି ମାରୁତି ସୁଜୁକି କାର୍‌ ବିକ୍ରି କମ ହେବା ସହ କମ୍ପାନୀ ନିଜର କିଛି ଉତ୍ପାଦନ କେନ୍ଦ୍ରକୁ ବନ୍ଦ କରି ଦେଇଛି । ଏ ପର୍ଯ୍ୟନ୍ତ କମ୍ପାନୀ ୨୦,୦୦୦କର୍ମଚାରୀଙ୍କୁ ଚାକିରିରୁ ବାହାର କରି ସାରିଥିବା ବେଳେ ୧୩ ଲକ୍ଷ ଲୋକଙ୍କ ଚାକିରି ଏବେ ବିପଦରେ ରହିଛି । ତେବେ ପରିସ୍ଥିତିକୁ ଦେଖି ଆଗାମୀ ଦିନରେ କମ୍ପାନୀ ସିଏନ୍‌ଜି କାର୍‌ର ସଂଖ୍ୟା ୫୦ପ୍ରତିଶତ ବଢ଼ାଇବ ବୋଲି କହିଛି ।

Image result for maruti-suzuki-cuts-3000-contract-jobs
MSN.com

ବିମୁଦ୍ରୀକରଣ, ଅଧିକ ଜିଏସ୍‌ଟି ଲାଗୁ ହେବା, ଓଲା ଓ ଉବରର ଚାହିଦା ବଢ଼ିବା ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥା ଦୁର୍ବଳ ହେବାକୁ କାର୍‌ର ବିକ୍ରି କମ ହେବାର କାରଣ ଦର୍ଶାଇଛି କମ୍ପାନୀ । କାର୍‌ କିଣିବାର ଚାହିଦା ଲୋକମାନଙ୍କ ମଧ୍ୟରେ କମ ହେଉଥିବା ବେଳେ ଜୁଲାଇରେ ଯାତ୍ରୀବାହୀ କାର୍‌ର ଉତ୍ପାଦନ ୧୭ପ୍ରତିଶତ କମ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର