ଆହୁରି ମହଙ୍ଗା ହେବ ମୋବାଇଲ ରିଚାର୍ଜ !

ନୂଆଦିଲ୍ଲୀ: ଭାରତର ସମସ୍ତ ଟେଲିକମ୍‌ କମ୍ପାନି ନିଜର ଟାରିଫ୍‌ ପ୍ଲାନ୍‌ର ମୂଲ୍ୟକୁ ବୃଦ୍ଧି କରି ଦେଇଛନ୍ତି। ରିଲାଏନ୍ସ ଜିଓରୁ ନେଇ ଆଇଡିଆ ଭୋଡାଫୋନ୍‌ ଓ ଏୟାରଟେଲ ନିଜନିଜର ପ୍ରତ୍ୟେକ ପ୍ଲାନ୍‌ରେ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଆଗାମୀ ସମୟରେ ଟାରିଫ୍‌ର ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ ବୋଲି ଶୁଣିବାକୁ ମିଳୁଛି। ଟେଲିକମ୍‌ ଇଣ୍ଡଷ୍ଟ୍ରିକୁ କ୍ଷତିରୁ ବଞ୍ଚାଇବା ପାଇଁ ଏଭଳି ଟାରିଫ୍‌ ମୂଲ୍ୟରେ ବୃଦ୍ଧି କରାଯାଇଛି ବୋଲି ବଜାର ବିଶେଷଜ୍ଞ ମତ ଦେଇଛନ୍ତି।

ସେଲ୍ୟୁୟର ଅପରେଟର୍ସ ଆସୋସିଏସନ୍‌ ଅଫ ଇଣ୍ଡିଆ (ସିଓଏଆଇ)ର ନିର୍ଦ୍ଦେଶକ ଜେନେରାଲ ରାଜନ ମେଥ୍ୟୁଜଙ୍କ କହିବାନୁସାରେ, ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ଆର୍ଥିକ ଅବସ୍ଥାକୁ ଏକ ଉଚିତ ସ୍ତରରେ ପହଞ୍ଚାଇବା ପାଇଁ ଏଭଳି ଟାରିଫ୍‌ ପ୍ଲାନ୍‌କୁ ବୃଦ୍ଧି କରାଯିବା ଦରକାର। ସେ ଏହାବି କହିଛନ୍ତି କି, ଟାରିଫ୍‌ ହାଇକ୍‌ ୨୦୦ଟଙ୍କା (ଆଭରେଜ ଏଆରପିୟୁ ରଭିନ୍ୟୁ ପର ୟୁଜର) ପର୍ଯ୍ୟନ୍ତ ବୃଦ୍ଧି ହେବା ଆବଶ୍ୟକ।

Image result for trai
Swarajya

ଟେଲିକମ୍‌ କମ୍ପାନିମାନେ ବି ଟାରିଫ୍‌ ହାଇକ୍‌କୁ ନେଇ ଟ୍ରାଇ ପାଖକୁ ଯାଇ ଭଏସ୍‌ ଓ ଡାଟା ଫ୍ଲୋର ପ୍ରାଇସିଙ୍ଗ ସ୍ଥିର କରିବା ପାଇଁ ଆଲୋଚନା କରିଥିଲେ। ଫ୍ଲୋର ପ୍ରାଇସିଙ୍ଗ ପାଇଁ ଏକ ପେପର ବି ପ୍ରସ୍ତୁତ କରାଯାଇଛି। ଏହା ଜରିଆରେ ଆଗାମୀ ମାସ କିମ୍ବା ଆଗାମୀ ସପ୍ତାହରେ ଟାରିଫ୍‌ ମୂଲ୍ୟକୁ ଆହୁରି ବୃଦ୍ଧି କରାଯାଇ ପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର