ଜାଣିଛନ୍ତି କି ‘ଗୁଗୁଲ୍‌’ ଶବ୍ଦର ଅର୍ଥ କ’ଣ?

ନୂଆଦିଲ୍ଲୀ : ବର୍ତ୍ତମାନର ଟେକ୍ନୋଲୋଜି ଦୁନିଆରେ ସମସ୍ତ ପ୍ରଶ୍ନର ଉତ୍ତର ଆମେ ସାଧାରଣତଃ ସର୍ଚ୍ଚ ଇଂଜିନ୍‌ ଗୁଗୁଲ୍‌ରେ ଖୋଜିଥାଉ। ଆମେ ଜାଣିଛେ ସମସ୍ତ ଜଣାଅଜଣା ଜିନିଷ କିମ୍ବା ପ୍ରଶ୍ନର ଉତ୍ତର ଗୁଗୁଲ ପାଖରେ ରହିଥାଏ । କିନ୍ତୁ ଯଦି ଆପଣଙ୍କୁ ଗୁଗୁଲ୍‌ର ସଂପୂର୍ଣ୍ଣ ନାମ ପଚରାଯାଇଥାଏ ତେବେ ବୋଧ ହୁଏ କହିପାରିବେ ନାହିଁ । ବହୁତ ଲୋକ ତ ଜାଣି ମଧ୍ୟ ନ ଥିବେ ଏହାର ଏକ ସଂପୂର୍ଣ୍ଣ ନାମ ମଧ୍ୟ ରହିଛି । ତେବେ ଆଜି ଆମେ ଆପଣଙ୍କୁ ଗୁଗୁଲର ସଂପୂର୍ଣ୍ଣ ନାମ ଏବଂ ଏହା ବିଷୟରେ କିଛି ତଥ୍ୟ ପ୍ରଦାନ କରୁଛୁ।

Engadget

ଗୁଗୁଲ୍‌ କୌଣସି ଶବ୍ଦ କିମ୍ବା ନାମ ନୁହଁ , ଏହାର ସଂପୂର୍ଣ୍ଣ ନାମ ହେଉଛି “ଗ୍ଲୋବାଲ ଅରଗାନାଜେସନ ଅଫ ଓରିଏଣ୍ଟେଡ୍‌ ଲାଙ୍ଗୁଏଜ ଅଫ ଆର୍ଥ” । ପ୍ରକୃତରେ ପ୍ରଥମେ ଏହାର ନାମ “ଗୁଗୋଲ” ରଖାଯାଇଥିଲା ଯାହା ଅର୍ଥ ଗଣିତର ୧ରୁ ୧୦୦ପର୍ଯ୍ୟନ୍ତକୁ ବୁଝାଉ ଥିଲା। କାରଣ ଆରମ୍ଭ ସମୟରେ ଇଣ୍ଟରନେଟ ଏବଂ କମ୍ପ୍ୟୁଟରକୁ କେବଳ ହିସାବ କରିବା ପାଇଁ ହିଁ ବ୍ୟବହାର କରାଯାଉଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ପରିବର୍ତ୍ତନ କରାଯାଇ ଗୁଗୁଲ କରାଯାଇଥିଲା ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି । ବର୍ତ୍ତମାନ ଦୁନିଆରେ କୌଣସି ବ୍ୟକ୍ତି ଗୁଗୁଲ ସର୍ଚ୍ଚ ଇଞ୍ଜିନ ବିନା ବଞ୍ଚିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି ।

Google

ଗୁଗୁଲର ବର୍ତ୍ତମାନ ୪୦ଟି ଦେଶରେ ମୋଟ ୭୦ଟି କାର୍ଯ୍ୟଳୟ ରହିଛି। ଏହା ସହ ଗୁଗୁଲର କମ୍ପାନିରେ ୫୭,୧୦୦ ଜଣ କର୍ମଚାରୀ କାମ କରୁଛନ୍ତି । ଏହାଛଡ଼ା ଗୁଗୁଲରେ କାମ କରୁଥିବା ପ୍ରାୟ ୧୫ ପ୍ରତିଶତ କର୍ମଚାରୀ ନିଜର ଶିକ୍ଷା ପୂରା କରିନାହାନ୍ତି । କିନ୍ତୁ ସେହି କର୍ମଚାରୀ ଗୁୁଗୁଲ କମ୍ପାନିରେ କାମ କରିବା ସହ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।

ସମ୍ବନ୍ଧିତ ଖବର