ମିଲ୍କ୍‌ ମନ୍ତ୍ରର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ମିଲ୍କ ମନ୍ତ୍ର ପକ୍ଷରୁ ପରିବହନକାରୀ ଏବଂ କର୍ମଚାରୀମାନଙ୍କ ପାଇଁ ପୁରୀ ଜିଲ୍ଲାର ଗୋପଠାରେ ଥିବା କଂପାନିର କାରଖାନା ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରେର ୨୦ଜଣ ଗାଡି ଚାଳକ ଏବଂ ମାଲିକମାନଙ୍କୁ ସେମାନଙ୍କ ସେବା ଓ ବ୍ୟବହାର ପାଇଁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯକ୍ରମରେ କିଛି ଗାଡି ନିର୍ମାଣକାରୀ କମ୍ପାନି ଅଂଶଗ୍ରହଣ କରି ସେମାନଙ୍କ ବିଶିଷ୍ଟ ସେବା ଏବଂ ସାମଗ୍ରୀ ପ୍ରଦର୍ଶନ କରିଥିଲେ। କମ୍ପାନୀର ଲଜିଷ୍ଟିକ ବିଭାଗର ସମସ୍ତ କର୍ମଚାରୀଙ୍କୁ ପରିବହନ ସମ୍ପର୍କିତ ତଥ୍ୟ ବିଷୟରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଲକ୍ଷ୍ୟ ଥିଲା। ଗାଡ଼ି ପଞ୍ଜୀକରଣ, ବୀମା ଆଦିଠାରୁ ଆରମ୍ଭ କରି ଦୁର୍ଘଟଣାକୁ କିଭଳି ଏହାଇ ଦିଆଯାଇପାରିବ ସେ ଉପରେ ପରିବହନକାରୀଙ୍କୁ ସଚେତନ କରାଯାଇଥିଲା।

ସମ୍ବନ୍ଧିତ ଖବର