ଓଡ଼ିଶାରେ ବଢ଼ୁଛି ମୋବାଇଲ ଡାଟା ବ୍ୟବହାର

ଭୁବନେଶ୍ବର: ଓଡ଼ିଶାରେ ୨୦୧୮‌ରେ ମୋବାଇଲ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟରେ ମୋବାଇଲ୍‌ ଗ୍ରାହକମାନେ ମାସକୁ ହାରାହାରି ୭.୫ ଜିବି ମୋବାଇଲ୍ ଡାଟା ବ୍ୟବହାର କରୁଛନ୍ତି ଯାହା ପୂର୍ବବର୍ଷ ତୁଳନାରେ ୯୩.୮% ଅଧିକ। ମୋଟ ଡାଟା ବ୍ୟବହାରରେ ମଧ୍ୟ ରାଜ୍ୟରେ ୧୩୮.୮% ବୃଦ୍ଧି ହୋଇ ୧୧୩.୪ କୋଟି ଜିବିରେ ପହଞ୍ଚିଛି। ରାଜ୍ୟରେ ରାଜସ୍ବ କ୍ଷେତ୍ରରେ ରିଲାଏନ୍ସ ଜିଓ ୪୬.୬% ବଜାର ଅଂଶ ହାସଲ କରିଥିବା ବେଳେ ଆଡଜଷ୍ଟେଡ୍‌ ଗ୍ରସ୍ ରେଭିନ୍ୟୁରେ କଂପାନିର ବଜାର ଭାଗ ୫୩.୯% ରହିଛି।

ସମ୍ବନ୍ଧିତ ଖବର