ନୂଆଦିଲ୍ଲୀ: ଭାରତର ଶୀର୍ଷ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ଦେଶକୁ ୨୦ ଦିନ ଚଳେଇ ଦେଇପାରିବେ। ମୁକେଶଙ୍କ ନିଟ୍ ସମ୍ପତ୍ତି ଯେତିକି ରହିଛି ସେହି ଅର୍ଥ ଭାରତ ସରକାରଙ୍କ ୨୦ ଦିନର କାର୍ଯ୍ୟ ସମ୍ପାଦନ ହୋଇପାରିବ। ମୁକେଶଙ୍କ ନିଟ୍ ସମ୍ପତ୍ତି ୪୦.୩ ବିଲିଅନ୍ ଡଲାର ଆକଳନ କରାଯାଇଛି। ବ୍ଲୁମ୍ବର୍ଗ ପକ୍ଷରୁ ପ୍ରସ୍ତୁତ ୨୦୧୮ ରବିନ୍ ହୁଡ୍ ସୂଚୀରେ ଏହା କୁହାଯାଇଛି।
ରବିନ୍ ହୁଡ୍ ସୂଚୀରେ ୪୯ଟି ଦେଶକୁ ବିଚାରକୁ ନିଆଯାଇଛି। ଏଥିରେ କୁହାଯାଇଛି ଯେ, ସଂପୃକ୍ତ ଦେଶର ଧନୀ ବ୍ୟକ୍ତିମାନଙ୍କର ନିଟ୍ ସମ୍ପତ୍ତି (୨୦୧୭ ଡିସେମ୍ବର ସୁଦ୍ଧା) କୁ ଯଦି ସରକାର ଚଳାଇବା କାର୍ଯ୍ୟରେ ବିନିଯୋଗ କରାଯାଏ ତାହେଲେ କେଉଁ ଦେଶର ସରକାର କେତେଦିନ ଚାଲିପାରିବ। ତେବେ ଏହି ୪୯ ଜଣଙ୍କ ମଧ୍ୟରେ ୪ ଜଣ ମହିଳା ଧନୀ ବ୍ୟକ୍ତି ରହିଛନ୍ତି। ସେମାନେ ଆଙ୍ଗୋଲା, ଅଷ୍ଟ୍ରେଲିଆ, ଚିଲି ଏବଂ ନେଦରଲାଣ୍ଡ୍ ରହିଛି।
ଏଥିରେ କୁହାଯାଇଛି ଯେ ଯଦି ସରକାରଙ୍କ ସମ୍ବଳ ଶେଷ ହୋଇଥାଏ ଏବଂ ସଂପୃକ୍ତ ଦେଶର ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିକୁ ସରକାରଙ୍କୁ ଦେଇ ଦିଆଯାଏ ତାହେଲେ ସେସବୁ ଦେଶ କେତେଦିନ ଲେଖାଏଁ ଚାଲିପାରିବ। ବ୍ଲୁମ୍ବର୍ଗ ବିଲିୟନେୟାର ସୂଚୀ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପ୍ରସ୍ତୁତ ବିଭିନ୍ନ ଦେଶର ସରକାରୀ ଖର୍ଚର ଆକଳନକୁ ଆଧାର କରି ଏହା କୁହାଯାଇଛି। ସୂଚୀରେ ସାଇପ୍ରସ୍ର ଧନୀ ବ୍ୟକ୍ତି ଜନ୍ ଫ୍ରେଡ୍ରିକ୍ସେନ୍ ତାଙ୍କ ଦେଶକୁ ସର୍ବାଧିକ ୪୪୧ ଦିନ ଚଳାଇପାରିବେ। ଅନ୍ୟପକ୍ଷରେ ଜେଫ୍ ବେଜୋସ୍ ଆମେରିକାକୁ ୫ ଦିନ, ଜ୍ୟାକ୍ ମା ଚୀନ୍କୁ ୪ ଦିନ ଚଳାଇ ପାରିବା କ୍ଷମତା ରଖିଛନ୍ତି। ଜ୍ୟାକ୍ ମା ବିଶ୍ୱର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଷୋଡ଼ଶ ସ୍ଥାନରେ ରହିଛନ୍ତି। ତାଙ୍କ ନିକଟରେ ୪୫.୫ ବିଲିଅନ୍ ଡଲାରର ସମ୍ପତ୍ତି ରହିଛି।
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର