ଟେସ୍‌ଲାର ୪୪ ଲକ୍ଷ ସେୟାର ବିକିଲେ ମସ୍କ

ନୂଆଦିଲ୍ଲୀ: ଟ୍ବିଟରକୁ କିଣିବା ଲାଗି ଟେସ୍‌ଲା ମାଲିକ ଏଲନ୍‌ ମସ୍କ ଘୋଷଣା କରି ସାରିଛନ୍ତି। ଟ୍ବିଟରକୁ ୪୪ ବିଲିଅନ ଡଲାରରେ କିଣିବା ଲାଗି ରାଜିନାମା ହୋଇଛି। ଆମେରିକାର ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ କମିସନକୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ଏଲନ୍‌ ମସ୍କ ଗତ ୨୬ ଓ ୨୭ ତାରିଖରେ ଟେସ୍‌ଲାର ୪୪ ଲକ୍ଷ ସେୟାର ବିକ୍ରି କରିଛନ୍ତି। ଏହାକୁ ଟ୍ବିଟର କ୍ରୟ ସହିତ ଯୋଡ଼ାଯାଇ ‌‌ ଦେଖାଯାଉଛି। ଗତ ୨୫ ତାରିଖରେ ଟେସ୍‌ଲା ଏବଂ ଟ୍ବିଟର ମଧ୍ୟରେ କ୍ରୟ ରାଜାନାମା ହୋଇଥିଲା। ଏହାପରେ ୨୬ ଓ ୨୭ ତାରିଖରେ ମସ୍କ ଟେସ୍‌ଲାର ସେୟାର ବିକ୍ରି କରିଛନ୍ତି। ଟେସ୍‌ଲାର ୪୪ ଲକ୍ଷ ସେୟାରର ମୂଲ୍ୟ ପାଖାପାଖି ୪୦୦ କୋଟି ଡଲାର ହେବ। ତେବେ ଆଗାମୀ ଦିନରେ ଟେସ୍‌ଲାର ଆଉ ଅଧିକ ସେୟାର ବିକିବା ଯୋଜନା ନାହିଁ ବୋଲି ମସ୍କ କହିଛନ୍ତି।

ସମ୍ବନ୍ଧିତ ଖବର