କାମାକ୍ଷାନଗରରେ ଆଲୁମିନିୟମ ଫଏଲ୍‌ କାରଖାନା ସ୍ଥାପନ କରିବ ନାଲ୍‌କୋ

ଭୁବନେଶ୍ୱର: ନବରତ୍ନ ଆଲୁମିନିୟମ କଂପାନି ନାଲ୍‌କୋ ଢେଙ୍କାନାଳ ଜିଲ୍ଲାର କାମା‌କ୍ଷାନଗର ଠାରେ ଏକ ଆଲୁମିନିୟମ୍ ଫଏଲ୍‌ କାରଖାନା ସ୍ଥାପନ କରିବ। ଏ ସମ୍ପର୍କରେ କଂପାନିର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ନାଲ୍‌କୋ ନଗରଠାରେ ସ୍ବଚ୍ଛତାକୁ ନେଇ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଆଲୁମିନିୟମ୍ ଫଏଲ୍‌ ପ୍ଲାଷ୍ଟିକ୍‌ର ବିକଳ୍ପ ହୋଇପାରିବ। ପ୍ଲ‌ାଷ୍ଟିକ୍ ଉପରେ କଟକଣା ଲଗାଯିବା ପରେ ପ୍ୟାକେଜିଂ ଶିଳ୍ପ ଗୁରୁତର ସମସ୍ୟା ସାମ୍ନା କରୁଛନ୍ତି। ଆଲୁମିନିୟମ ଫଏଲ୍‌ ଜରିଆରେ ସେମାନଙ୍କ ସମସ୍ୟାକୁ ଦୂର କରିବା ପାଇଁ ନାଲ୍‌କୋ ପ୍ରୟାସ କରିବ ବୋଲି ସେ କହିଛନ୍ତି। କଂପାନିର ଅନ୍ୟାନ୍ୟ ପରିବେଶ ଅନୁକୂଳ ଯୋଜନାଗୁଡ଼ିକ ଉପରେ ସେ ଆ‌େଲାକପାତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର