ଟିକସ ଉପରେ ଜାତୀୟ ସେମିନାର ୨୧ରୁ

ଭୁବନେଶ୍ବର : ଇନଷ୍ଟିଚ୍ୟୁଟ ଅଫ୍ କଷ୍ଟ୍‌ ଆକାଉଣ୍ଟାଣ୍ଟସ୍‌ ଅଫ୍‌ ଇଣ୍ଡିଆର (ଆଇସିଏଆଇ) ଟିକସ ଗବେଷଣା ବିଭାଗ ଓ ଏହାର ଭୁବନେଶ୍ବର ଚାପ୍ଟରର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୧ ଓ ୨୨ରେ ଦୁଇ ଦିନିଆ ଟିକସ ସମ୍ପର୍କିତ ଜାତୀୟ ସେମିନାର କିଟ୍ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅନୁଷ୍ଠିତ ହେବ। ଆଜି ନୟାପଲ୍ଲୀ ସ୍ଥିତି ସିଏମଏ ଭବନରେ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି।

ଏହି ଜାତୀୟ ସେମିନାରରେ କର୍ପୋରେଟ୍ ଜଗତ, ନୀତି ନିର୍ଧାରକ, ବରିଷ୍ଠ ସରକାରୀ ଅଧିକାରୀ, ନିୟାମକ ସଂସ୍ଥାର ପ୍ରତିନିଧି ଓ ସିଏମ୍‌ଏ ପ୍ରାକ୍ଟିସନର ଭଳି ୬୦୦ରୁ ଅଧିକ ପ୍ରତିନିଧି ସାମିଲ ହେବେ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ନାଲ୍‌କୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର ଓ ଭୁବନେଶ୍ବର ଲୋକସଭା‌ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଥିରେ ଅତିଥି ଭାବେ ଯୋଗ ଦେବେ। ଏହି ଅବସରରେ ଏକ ସ୍ମରଣିକା ଓ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଉପରେ ପ୍ରସ୍ତୁତ କରାଯାଇଥିବା ୧୦ରୁ ଅଧିକ ସଂସ୍ଥାଗତ ନିବନ୍ଧକୁ ଉନ୍ମୋଚନ କରାଯିବ। ଏହି ଅବସରରେ ଆଇସିଏଆଇର ସଭାପତି ବଲବିନ୍ଦର ସିଂହ, ଭୁବନେଶ୍ବର ଚାପ୍ଟର ଅଧ୍ୟକ୍ଷ ଶକ୍ତିଧର ସିଂହ, ସମ୍ପାଦକ ହିମୋଜ ମିଶ୍ର, ଆଇସିଏଆଇ-ଇଆରଇଆରସିର ଉପାଧ୍ୟକ୍ଷ ବି ବି ନାୟକ ଓ ସମ୍ପାଦକ ଉତ୍ତମ ନୁକାର ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର