ତେଲ ଜାହାଜକୁ ସୁରକ୍ଷା ଦେବ ନୌସେନା

ନୂଆଦିଲ୍ଲୀ: ସମୁଦ୍ର‌ ପଥରେ ତେଲ ନେଇ ଆସୁଥିବା ଜାହାଜଗୁଡ଼ିକୁ ଭାରତୀୟ ନୌସେନା ସୁରକ୍ଷା ପ୍ରଦାନ କରିବ। ଉପସାଗୀୟ ଅଞ୍ଚଳରେ ଥିବା ହୋରମୁଜ୍ ପ୍ରଣାଳୀରେ କିଛି ଦିନ ତଳେ ତେଲ ଜାହଜ ଉପରେ ଆକ୍ରମଣ ହୋଇଥିଲା। ଏହି ପଥ ଦେଇ ପ୍ରତିଦିନ ଅନେକ ଜାହାଜରେ ଭାରତକୁ ତେଲ ଅଣାଯାଉଛି। ଯେଉଁ ଜାହାଜଗୁଡ଼ିକ ଉପରେ ଭାରତୀୟ ଜାତୀୟ ପତାକା ରହିଛି ସେଗୁଡ଼ିକୁ ନୌସେନା ପକ୍ଷରୁ ସୁରକ୍ଷା ପ୍ରଦାନ କରାଯିବ। ଜଣେ ଅଧିକାରୀ ଓ ଦୁଇ ଜଣ ନାବିକ ଜାହାଜକୁ ସୁରକ୍ଷା ପ୍ରଦାନ କରିବେ। ସେମାନେ ବାଣିଜ୍ୟିକ ଜାହାଜଗୁଡ଼ିକରେ ହେଲିକପ୍ଟର କିମ୍ବା ବୋଟ୍‌ ଜରିଆରେ ପହଞ୍ଚିବେ। ଆଜି ଜାହାଜ ମହାନିର୍ଦେଶାଳୟ, ଭାରତୀୟ ଜାହଜ ମାଲିକ ସଂଘ ଓ ନୌସେନା ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର