ଆଇସିଏଫ୍‌ଏଆଇ ବିଶ୍ବବିଦ୍ୟାଳୟର ନୂଆ କୁଳପତି

ହାଇଦ୍ରାବାଦ: ଆଇସିଏଫ୍‌ଏଆଇ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ଏଲ୍‌ ଏସ୍‌ ଗଣେଶ ଦାୟିତ୍ବ ଗ୍ରହଣ କରିଛନ୍ତି। ୨୦୨୦ରେ ସେ ଆଇଆଇଟି ମାଡ୍ରାସ୍‌ରୁ ଅବସର ଗ୍ରହଣ କରିଥିଲେ। ସେ ଦେଶବିଦେଶର ବହୁ ଗୁରୁତ୍ବପୂର୍ଣ୍ଣ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିଛନ୍ତି। ଶିକ୍ଷାଦାନ, ଗବେଷଣା ଓ ବୌଦ୍ଧିକ ସେବା କ୍ଷେତ୍ରରେ ତାଙ୍କର ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି। ଗବେଷଣା ପ୍ରତି ପ୍ରବଳ ଆଗ୍ରହ ଯୋଗୁଁ ସେ ୮୫ରୁ ଅଧିକ ଗବେଷଣା ନିବନ୍ଧ ରଚନା କରିଛନ୍ତି ଯାହା ଶ୍ରେଷ୍ଠ ମାନର ଜର୍ଣ୍ଣାଲରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର