ନିରବ ପୁଣି ଜାମିନ ଆବେଦନ କରିବେ

ଲଣ୍ଡନ:ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ଗହଣା ବ୍ୟବସାୟୀ ନିରବ ମୋଦୀ ବ୍ରିଟେନର ଏକ ଅଦାଲତରେ ତୃତୀୟ ଥର ପାଇଁ ତାଙ୍କର ଜାମିନ ଆବେଦନ କରିବେ। ପୂର୍ବରୁ ସେ ଦୁଇ ଥର ଜାମିନ ଆବେଦନ କରିଥିଲେ ମଧ୍ୟ ବିଚାରପତି ତାଙ୍କ ଜାମିନ ଆବେଦନକୁ ଦୁଇଥର ଯାକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଲଣ୍ଡନର ୱେଷ୍ଟମିନିଷ୍ଟ୍ରେଟ୍ ମାଜିଷ୍ଟ୍ରେଟ ଏମା ଆର୍ବଥନଟ୍ ନିରବଙ୍କ ଜାମିନ ଆବେଦନର ଶୁଣାଣି କରିବା କାର୍ଯ୍ୟକ୍ରମ ରହିଛି। ତେବେ ଏହି ଶୁଣାଣି ପାଇଁ ମୋଦୀ ବ୍ୟକ୍ତିଗତ ଭାବେ ହାଜର ହେବେ‌ କିମ୍ବା ଲଣ୍ଡନର କାରାଗାର ମଧ୍ୟରୁ ଭିଡିଓକନ‌ଫେରେନ୍ସିଂ ଜରିଆରେ ହାଜର ହେବ‌େ ତାହା ସ୍ପଷ୍ଟ ହୋଇନାହିଁ। ଗତ ମାର୍ଚରେ ଗିରଫ ହେବାପରଠାରୁ ନିରବ ଲଣ୍ଡନରେ କାରଗାର ମଧ୍ୟରେ ଅଛନ୍ତି।

ସମ୍ବନ୍ଧିତ ଖବର