ନୀତା ଅମ୍ବାନିଙ୍କ ହାଣ୍ଡ୍‌ବ୍ୟାଗ୍‌ରେ ୨୪୦ ହୀରା , ଜାଣିଛନ୍ତି ଏହାର ମୂଲ୍ୟ କେତେ ?

ନୂଆଦିଲ୍ଲୀ: ମୁକେଶ ଅମ୍ବାନିଙ୍କ ପତ୍ନୀ ନୀତା ଅମ୍ବାନି  ରିଲାଏନସ୍ ଫାଉଣ୍ଡେସନର ଅଧ୍ୟକ୍ଷା ଅଛନ୍ତି। ସେ ଅନେକ ସମୟରେ ନିଜର ଲୁକ୍ସ ଏବଂ ସାମାଜିକ କାମ ପାଇଁ ଚର୍ଚ୍ଚାରେ  ଅଛନ୍ତି। ଏବେ ସେ କିନ୍ତୁ ନିଜର ଏକ ବ୍ୟାଗ୍ ଲାଗି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସେ ଯେଉଁ ହାଣ୍ଡବ୍ୟାଗ୍‌ ବ୍ୟବହାର କରୁଛନ୍ତି ତାହାର ମୂଲ୍ୟ ହେଉଛି ୨ କୋଟି ୬୦ ଲକ୍ଷ ଟଙ୍କା। ସେଥିରେ ୨୪୦ଟି ହୀରା ଲାଗିଛି। ୧୮ କ୍ୟାରେଟ୍‌ ସୁନା ମଧ୍ୟ ଏଥିରେ ବ୍ୟବହାର କରାଯାଇଛି।

photo-amarujala

ସାମାଜିକ ଗଣମାଧ୍ୟମରେ ଆଜି ସେହି ହାଣ୍ଡ୍‌ବ୍ୟାଗ୍‌ର ଛବି ଘୁରିବୁଲୁଛି। ହର୍ମିସ୍‌ର ଏହି ହିମାଳୟା ବିର୍‌କିନ୍‌ ବ୍ୟାଗ୍‌କୁ ଧରି ସେ କରିନା ଓ କରିସ୍ମା କପୁରଙ୍କ ସହ ଉଠାଇଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏହି ବ୍ୟାଗ୍‌ର ନାମ  ଜନୈକ ଜଣାଶୁଣା ଅଭିନେତା  ଏବଂ ଗାୟକ ଜେନ୍ ବିର୍‌କିନ୍‌ଙ୍କ ନାଆଁରେ ନାମିତ କରାଯାଇଛି।  ସେ ଅନେକ ସମୟରେ ଏହି  ବ୍ୟାଗ୍ ଧରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର