ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶରେ ଗତ ୩ ଦିନ ହେଲା ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି। ଏଥିଯୋଗୁ ଗତ ୩ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୨୭ ପଇସା ମହଙ୍ଗା ହୋଇଗଲାଣି। ସେହିଭଳି ଡିଜେଲ ଦର ୨୪ ପଇସା ବଢ଼ିଗଲାଣି। ଶନିବାର ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ଦର ୧୪ ପଇସା ବଢ଼ିଥିବାବେଳେ ମୁମ୍ବାଇରେ ୧୩ ପଇସା ବଢ଼ିଛି। ସେହିଭଳି ଡିଜେଲ ଦର ଦିଲ୍ଲୀ, କୋଲକାତା ଓ ଚେନ୍ନାଇରେ ୧୩ ପଇସା ବୃଦ୍ଧି ଘଟିଥିବାବେଳେ ମୁମ୍ବାଇରେ ୧୪ ପଇସା ବଢ଼ିଛି। ଭାରତୀୟ ତୈଳ ନିଗମର ୱେବସାଇଟରେ ଥିବା ସୂଚନା ଅନୁଯାୟୀ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଶନିବାର ପେଟ୍ରୋଲ ଦର ଲିଟର ପିଛା ଯଥାକ୍ରମେ ୭୦ ଟଙ୍କା ୬୦ ପଇସା, ୭୨ ଟଙ୍କା ୬୧ ପଇସା, ୭୬ ଟଙ୍କା ୨୩ ପଇସା ଏବଂ ୭୩ ଟଙ୍କା ୨୮ ପଇସାରେ ପହଞ୍ଚି ଯାଇଛି। ସେହିଭଳି ଏହି ୪ଟି ମହାନଗରୀରେ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୬୫ ଟଙ୍କା ୮୬ ପଇସା, ୬୭ ଟଙ୍କା ୬୪ ପଇସା, ୬୮ ଟଙ୍କା ୯୭ ପଇସା ଏବଂ ୬୯ ଟଙ୍କା ୫୭ ପଇସା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp