ଓମିକ୍ରନ ଆତଙ୍କ : ମାସେ ପାଇଁ ସାରା ବିଶ୍ବରେ ଥିବା ନିଜର ଅଫିସଗୁଡ଼ିକୁ ବନ୍ଦ କରିବ ଓ୍ବିପ୍ରୋ

ବେଙ୍ଗାଲୁରୁ : ସମଗ୍ର ବିଶ୍ବରେ ଓମିକ୍ରନ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଆଇଟି କମ୍ପାନିମାନେ ନିଜ ନିଜର ଅଫିସ ବନ୍ଦ କରିବା ସହ ଘରୁ କାମ କରିବା ଉପରେ ପୁଣି ଗୁରୁତ୍ବ ଦେଉଛନ୍ତି । ଭାରତୀୟ ଆଇଟି କମ୍ପାନି ଓ୍ବିପ୍ରୋ ପକ୍ଷରୁ ଆଜି କୁହାଯାଇଛି ଯେ, ଆସନ୍ତା ଚାରି ସପ୍ତାହ ପାଇଁ ସାରା ବିଶ୍ବରେ ଥିବା ନିଜର ଅଫିସଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଚାରି ସପ୍ତାହ ପରେ କୋଭିଡ୍ ପରିସ୍ଥିତି ଅନୁସାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କମ୍ପାନିର ସିଇଓ ଥିଏରି ଡେଲାପୋର୍ଟ ସୂଚନା ଦେଇଛନ୍ତି ।

କୋଭିଡ୍ ମହାମାରୀକୁ ଦୃଷ୍ଟିରେ ଦେଶର ପ୍ରମୁଖ ଆଇଟି କମ୍ପାନି ଯେପରିକି ଟିସିଏସ, ଇନଫୋସିସ, ଓ୍ବିପ୍ରୋ, କଗନିଜାଣ୍ଟ, ଏଚସିଏଲ ଆଦି ଗତ ପ୍ରାୟ ୧ ବର୍ଷ ହେବ ରିମୋଟ ଓ୍ବାର୍କିଂ ବା ଘରୁ କାମ କରିବା ଉପରେ ଗୁରୁତ୍ବ ଦେଉଛନ୍ତି । ତେବେ ୨୦୨୧ ଶେଷ ବେଳକୁ କୋଭିଡ ସଂକ୍ରମଣ କମିବା ଡିସେମ୍ବର ବେଳକୁ ପରେ ପୁଣି ଅଫିସ ଖୋଲିବାକୁ ଏହି କମ୍ପାନିମାନେ ଯୋଜନା କରିଥିଲେ । କିନ୍ତୁ ପୁଣି ସଂକ୍ରମଣ ବଢିବା ପରେ ରିମୋଟ ଓ୍ବାର୍କିଂକୁ ବଢେଇ ଦିଆଯାଇଛି । ଗତ ମାସରେ ଟିସିଏସ କହିଥିଲା ଯେ ଏହାର ମାତ୍ର ୧୦ ପ୍ରତିଶତ କର୍ମଚାରୀ ଅଫିସକୁ ଆସି କାମ କରୁଛନ୍ତି । କର୍ମଚାରୀଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କମ୍ପାନି କହିଥିଲା ।

 

 

 

ସମ୍ବନ୍ଧିତ ଖବର