ବାତ୍ୟା ପ୍ରଭାବିତଙ୍କୁ ଓଏନ୍‌ଜିସିର ସହାୟତା

ଭୁବନେଶ୍ବର: ବାତ୍ୟା ଫନି ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଓଏନ୍‌ଜିସି ତରଫରୁ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। କଂପାନି ପକ୍ଷରୁ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଲୋକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। କଂପାନିର ଫିଲ୍ଡ ମେଡିକାଲ୍ ଅଫିସର ଓ ସହଯୋଗୀ ଷ୍ଟାଫ୍ ଏହି ଶିବିରଗୁଡ଼ିକର ପରିଚାଳନା କରୁଛନ୍ତି। ଓଏନ୍‌ଜିସିର ଇଡି-ବେସିନ୍ ମ୍ୟାନେଜର, ଏମ୍‌ବିଏ ବେସିନ୍ ଶ୍ରୀବତ୍ସ କୁମାର ଦାସ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର ପାଇଁ କଂପାନି ପ୍ରତିବଦ୍ଧ। କଂପାନି ତରଫରୁ ଦୁଇ ହଜାର ଟାର୍‌ପଲିନ୍, ଶୁଖିଲା ଖାଦ୍ୟ ପ୍ୟାକେଟ୍‌, ସୋଲାର ଲଣ୍ଠନ, ସାନିଟାରି ପୋଷାକ ଏବଂ ଔଷଧ ଆଦି ପୁରୀ ସହର, ନିମାପଡ଼ା ଓ ପିପିଲିରେ ବଣ୍ଟନ କରାଯାଇଛି।

ସମ୍ବନ୍ଧିତ ଖବର