ବିମାନବନ୍ଦର ଘରୋଇକରଣକୁ ବିରୋଧ, ସୁପ୍ରିମ୍‌ କୋର୍ଟ ପହଞ୍ଚିଲା କେରଳ

ନୂଆଦିଲ୍ଲୀ: ଥିରୁଅନନ୍ତପୁରମ ଆନ୍ତର୍ଜାତିକ ବିମାନ ବନ୍ଦରର ଘରୋଇକରଣକୁ ତୀବ୍ର ବିରୋଧ କରୁଥିବା କେରଳ ସରକାର ସୁପ୍ରିମ୍‌ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଆଦାନୀ ଏଣ୍ଟରପ୍ରାଇଜେସ୍‌କୁ ଏହି ବିମାନବନ୍ଦର ଲିଜ୍ ସୂତ୍ରରେ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ସେହି ପଦକ୍ଷେପକୁ କେରଳ ସରକାର ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଞ୍ଜ୍‌ କରିଛି। ଦେଶର ଛଅଟି ବିମାନ ବନ୍ଦରକୁ ୫୦ ବର୍ଷିଆ ଲିଜ୍‌ ସୂତ୍ରରେ ଆଦାନୀ ହାସଲ କରିଛି। ସେଥିରେ ଥିରୁଅନନ୍ତପୁରମ ବିମାନବନ୍ଦର ରହିଛି। ଆଦାନୀ ଦ୍ବାରା ବିମାନବନ୍ଦରକୁ ଅଧିଗ୍ରହଣକୁ କେରଳ ସହଜରେ ଗ୍ରହଣ କରିପାରୁନାହିଁ। ଏପ୍ରସଙ୍ଗରେ ଆଲୋନଚା କରିବା ଲାଗି ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଉଭୟ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ ଓ କଂଗ୍ରେସ ନେତୃତ୍ବାଧୀନ ମିଳିତ ଗଣତାନ୍ତ୍ରିକ ସାମ୍ମୁଖ୍ୟ ଆଦାନୀ ଦ୍ବାରା ବିମାନ ବନ୍ଦର ଅଧିଗ୍ରହଣକୁ ବିରୋଧ କରାଯାଇଛି। ରାଜ୍ୟ ମନ୍ତ୍ରୀ କଡକାଳପାଲି ସୁରେନ୍ଦ୍ରନ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ଏହା ଦିନ ଦ୍ବିପ୍ରହରରେ ଚୋରି ଭଳି କାମ। ଜମି ଦେବା ଠାରୁ ଆରମ୍ଭ କରି ଏହି ବିମାନବନ୍ଦର ପାଇଁ ରାଜ୍ୟ ସରକାର ବହୁତ କିଛି କରିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର