ବ୍ୟକ୍ତିଗତ ତଥ୍ୟ ପ୍ରଘଟ ଅଭିଯୋଗ ଆସିବା ପରେ ‘ଓୟୋ’ ସହ ଚୁକ୍ତିରୁ ଓହରି ଗଲେ ୨୦୦ରୁ ଊର୍ଧ୍ୱ ହୋଟେଲ୍‌

ନୂଆଦିଲ୍ଲୀ: ଫେଡେରେସନ୍‌ ଅଫ୍‌ ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ(ଏଫ୍‌ଏଚ୍‌ଆର୍‌ଆଇ) ପକ୍ଷରୁ ସୂଚନା ମିଳିଛି ଯେ ତଥ୍ୟ ପ୍ରଘଟ ହେବା ଖବର ପ୍ରକାଶ ପାଇବା ପରେ ହସ୍ପିଟାଲିଟି କମ୍ପାନି ‘ଓୟୋ’ ସହ ୨୦୦ରୁ ଊର୍ଧ୍ୱ ହୋଟେଲ୍‌ କରିଥିବା ଚୁକ୍ତିରୁ ଓହରି ଯାଇଛନ୍ତି। ଓୟୋ ସହ ଯୋଡ଼ି ହୋଇଥିବା ଅନ୍ୟ ହୋଟେଲ୍‌ଗୁଡ଼ିକ ବି ଚୁକ୍ତିରୁ ବାହାରିକା ଇଚ୍ଛା ରଖିଥିବା ଏଫ୍‌ଏଚ୍‌ଆର୍‌ଆଇ ସୂଚନା ଦେଇଛି।

ଏଫ୍‌ଏଚ୍‌ଆର୍‌ଆଇର ଭାଇସ୍‌ ପ୍ରେସିଡେଣ୍ଟ୍‌ ଗୁର୍‌ବାକ୍‌ସିସ୍‌ ସିଂହ କୋହଲି ଏ ସଂପର୍କରେ କହନ୍ତି, ‘ଦକ୍ଷିଣ ଏବଂ ପଶ୍ଚିମାଞ୍ଚଳରେ ଓୟୋକୁ ବିଶେଷ ବିରୋଧ କରାଯାଇଛି। ଆହୁରି ବି ରିପୋର୍ଟ ରହିଛି ଯେ କମ୍ପାନି ପକ୍ଷରୁ ହୋଟେଲ୍‌ଗୁଡ଼ିକୁ ବିଭିନ୍ନ ପ୍ରକାରର ଧମକ ଦିଆଯାଉଛି। ମାତ୍ର କୌଣସି ହୋଟେଲ୍‌କୁ ଡରେଇ ଧମକେଇ କାହାକୁ ବ୍ୟାପାର କରିବା ପାଇଁ ଓୟୋ ବାଧ୍ୟ କରିପାରିବ ନାହିଁ।’

ଉଲ୍ଲେଖଯୋଗ୍ୟ, ଗତ କିଛି ବର୍ଷ ହେବ ହୋଟେଲ୍‌ ବୁକ୍‌ କରୁଥିବା ଗ୍ରାହକମାନଙ୍କ ବିଶ୍ୱାସର କେନ୍ଦ୍ରବିନ୍ଦୁ ସାଜିଥିବା ଓୟୋ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଘଟ କରୁଛି ବୋଲି ନିକଟରେ ଅଭିଯୋଗ ଆସିଥିଲା। ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲା କମ୍ପାନି।

ସମ୍ବନ୍ଧିତ ଖବର