ନୂଆଦିଲ୍ଲୀ: ଆଧାରକାର୍ଡ ସହିତ ପାନ୍କାର୍ଡ ପାଇଁ ସରକାର ରଖିଥିବା ଶେଷ ତାରିଖର ଅବଧିକୁ ଆଉ ୩ ମାସ ବୃଦ୍ଧି ବୃଦ୍ଧି କରିଛନ୍ତି। ପୂର୍ବରୁ ଆଧାର ସହିତ ପାନ୍କାର୍ଡ ସଂଯୋଗର ଶେଷ ତାରିଖ ଚଳିତ ଡିସେମ୍ବର ୩୧ ତାରିଖ ରଖାଯାଇଥିବାବେଳେ ଆଜି ଏହାକୁ ମାର୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସରକାର ତୃତୀୟ ଥର ପାଇଁ ପାନ୍କାର୍ଡ-ଆଧାର ସଂଯୋଗ ଅବଧି ବୃଦ୍ଧି କରିଛନ୍ତି। ପ୍ରଥମେ ଚଳିତବର୍ଷ ଜୁଲାଇ ୩୧ ତାରିଖ ସୁଦ୍ଧା ପାନ୍କାର୍ଡ ସହିତ ଆଧାରକାର୍ଡର ସଂଯୋଗ କରିବାକୁ ସରକାର ନିର୍ଦେଶନାମା ଦେଇଥିଲେ। କିନ୍ତୁ ପରେ ଏହାକୁ ପ୍ରଥମ ଥର ପାଇଁ ଅଗଷ୍ଟ ୩୧ ତାରିଖ ଏବଂ ପରେ ଦ୍ୱିତୀୟ ଥର ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ସେବା ଏବଂ ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମର ଲାଭ ପାଇବା ପାଇଁ ଆଧାରକାର୍ଡ ସଂଯୋଗର ଅବଧିକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବା ନିମନ୍ତେ ସରକାର ଆଗ୍ରହୀ ଅଛନ୍ତି ବୋଲି ଗତକାଲି ସୁପ୍ରିମକୋର୍ଟରେ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ଜଣାଇଥିଲେ।