୧୧ ଦିନ ହେଲା ବଢ଼ୁଛି ପେଟ୍ରୋଲ ଦାମ୍‌

ଭୁବନେଶ୍ବର : ଦେଶରେ ଲଗାତାର ୧୧ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୩୧ ପଇସା ବୃଦ୍ଧି ପାଇ ୯୦ ଟଙ୍କା ୯୧ ପଇସା ଛୁଇଁଥିବାବେଳେ ଡିଜେଲ ଦର ୩୬ ପଇସା ବୃଦ୍ଧି ପାଇ ୮୭ ଟଙ୍କା ୮୪ ପଇସାରେ ପହଞ୍ଚିଛି। ୧୧ ଦିନ ଭିତରେ ଗ୍ରାହକଙ୍କ ଉପରେ କମ୍ପାନି ଗୁଡ଼ିକ ଲିଟର ପିଛା ପେଟ୍ରୋଲ ଉପରେ ୩ ଟଙ୍କା ୨୮ ପଇସା ଏବଂ ଡିଜେଲ ଉପରେ ୩ ଟଙ୍କା ୮୧ ପଇସାର ଆର୍ଥିକ ବୋଝ ଲଦିଛନ୍ତି। ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବଢ଼ୁଥିବାରୁ ପ୍ରତିଦିନ ଏହା ନୂଆ ରେକର୍ଡ ସ୍ତରକୁ ଛୁଉଁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ୁଛି। ଭାରତ ଏହାର ମୋଟ ଆବଶ୍ୟକତାରୁ ପ୍ରାୟ ୮୦ ପ୍ରତିଶତରୁ ଅଧିକ ତୈଳ ବିଦେଶରୁ ଆମଦାନି କରୁଛି। ଏହାର ପ୍ରଭାବରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ୁଛି ବୋଲି ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଉଛି।

ସମ୍ବନ୍ଧିତ ଖବର