ନାଲ୍‌କୋର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପିପିଓ ପ୍ରଦାନ

ଭୁବନେଶ୍ବର: ନାଲ୍‌କୋର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ପେନ୍‌ସନ୍ ପେମେଣ୍ଟ୍‌ ଅର୍ଡର (ପିପିଓ) ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୩୦ରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଭୁବନେଶ୍ବରର ଭବିଷ୍ୟନିଧି ପାଣ୍ଠି ଆୟୁକ୍ତ କର୍ମଚାରୀଙ୍କୁ ଏହି ଅର୍ଡର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ‘ପ୍ରୟାସ’ ପଦକ୍ଷେପ ଅନୁଯାୟୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ପିପିଓ ଦିଆଯାଉଛି। ନାଲ୍‌କୋର କର୍ପୋରେଟ୍‌ କାର୍ଯ୍ୟାଳୟରେ କଂପାନିର ସିଏମ୍‌ଡି ଶ୍ରୀଧର ପାତ୍ରଙ୍କ ଉପସ୍ଥିତିରେ ଆଞ୍ଚଳିକ ପିଏଫ୍‌ସି-୧ ସୁଦୀପ୍ତ ଘୋଷ କଂପାନିର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପିପିଓ ହସ୍ତାନ୍ତର କରିଥିଲେ। ଏହି ଅବସରରେ ନାଲ୍‌କୋର ନିର୍ଦେଶକ (ମାନବ ସମ୍ବଳ) ରାଧାଶ୍ୟାମ ମହାପାତ୍ର, ନିର୍ଦେଶକ (ପିଆଣ୍ଡ୍‌ଟି) ଓ ନିର୍ଦେଶକ (ଅର୍ଥ), ମନସା ପ୍ରସାଦ ମିଶ୍ର ଏବଂ ଇପିଏଫ୍‌ଓର ଅତିରିକ୍ତ କେନ୍ଦ୍ରୀୟ ପିଏଫ୍‌ସି ପି ବୀରଭଦ୍ର ସ୍ବାମୀ ଓ ପ୍ରବର୍ତ୍ତନ ଅଧିକାରୀ ସି ଆର୍‌ ସ୍ବାଇଁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର