ଆଇଆରସିଟିସିକୁ ପ୍ରତି ଯାତ୍ରୀଙ୍କୁ ଫେରାଇବାକୁ ପଡ଼ିଲା ୨୫୦ଟଙ୍କା

ନୂଆଦିଲ୍ଲୀ: ତେଜସ ଏକ୍ସପ୍ରେସ ଦେଶର ଏକ ମାତ୍ରା ଟ୍ରେନ ଯେଉଁଟାକି ବିଳମ୍ବରେ ପହଞ୍ଚିଥିଲେ ଯାତ୍ରୀଙ୍କୁ କ୍ଷତି ପୂରଣ ମିଳିଥାଏ। ତେବେ ଲକ୍ଷ୍ମୌରୁ ଦିଲ୍ଲୀ ମଧ୍ୟରେ ଚାଲୁଥିବା ତେଜସ ଏକ୍ସପ୍ରେସ ବିଳମ୍ବରେ ପହଞ୍ଚିଥିବା ହେତୁ ଆଇଆରସିଟିସି ପକ୍ଷରୁ ପ୍ରତି ଯାତ୍ରୀଙ୍କୁ ୨୫୦ଟଙ୍କା ଲେଖାଏଁ ଦେବାକୁ ପଡ଼ିଛି।

ସୂଚନାଯୋଗ୍ୟ, ପ୍ରିମିୟମ କ୍ଲାସ ଟ୍ରେନ ତେଜସ ଏକ୍ସପ୍ରେସ ନିଜର ନିର୍ଦ୍ଧାରିତ ସମୟରେ ଯାତ୍ରା କରେ ବୋଲି ଚର୍ଚ୍ଚାରେ ରହିଥାଏ। ଏଥିସହିତ ଉକ୍ତ ଟ୍ରେନଟି ଦେଶର ସର୍ବାଧିକ ସୁବିଧାଦାୟକ ଥିବା ଟ୍ରେନ ବୋଲି ଜଣାଯାଇଥାଏ। ଏହି ନିୟମ ଅନୁସାରେ, ତେଜସ ଏକ୍ସପ୍ରେସ ପାଖାପାଖି ୨ଘଣ୍ଟା ବିଳମ୍ବରେ ପହଞ୍ଚିଥିବାରୁ ଆଇଆରସିଟିସିକୁ ଯାତ୍ରୀଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିଛି।

Lucknow-Delhi Tejas Express, India's 'first private train' flagged off - The Hindu
ଏହି ଟ୍ରେନ ପାଇଁ ଆଇଆରସିଟିସିର ନିୟମ ରହିଛି କି ଟ୍ରେନ ନିଜର ଗନ୍ତବ୍ୟସ୍ଥଳରେ ଏକଘଣ୍ଟା ବିଳମ୍ବରେ ପହଞ୍ଚିଲେ ପ୍ରତି ଯାତ୍ରୀଙ୍କୁ ୧୦୦ଟଙ୍କା ଫେରାଇବାକୁ ପଡ଼ିଥାଏ। ସେହିପରି ତେଜସ ଟ୍ରେନ ୨ଘଣ୍ଟା ବିଳମ୍ବରେ ପହଞ୍ଚିଲେ ଆଇଆରସିଟିସିକୁ ପ୍ରତି ଯାତ୍ରୀଙ୍କୁ ୨୫୦ଟଙ୍କା ପର୍ଯ୍ୟନ୍ତ ଫେରସ୍ତ କରିବାକୁ ପଡ଼ିଥାଏ।

ନିକଟରେ ଅଗଷ୍ଟ ୨୧ରେ ଲକ୍ଷ୍ମୌରୁ ଦିଲ୍ଲୀ ମଧ୍ୟରେ ଚାଲୁଥିବା ତେଜସ ଏକ୍ସପ୍ରେସ ଟ୍ରେନ ପ୍ରବଳ ବର୍ଷା ହେତୁ ଅଢ଼େଇ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ଯେଉଁଥିପାଇଁ ଆଇଆରସିଟିସିକୁ ତେଜସ ଟ୍ରେନର ପାଖାପାଖି ୨୦୦୦ରୁ ଅଧିକ ଯାତ୍ରୀଙ୍କୁ ୨୫୦ଟଙ୍କା  ଫେରାଇକୁ ପଡ଼ିଛି।

ସମ୍ବନ୍ଧିତ ଖବର