ଏବେ ବି କୁହୁଡ଼ି ସମସ୍ୟାରୁ ମୁକୁଳି ପାରିନି ରେଳବାଇ: ବିଳମ୍ବରେ ଚାଲୁଛି ରେଳ

ନୂଆଦିଲ୍ଲୀ: ଦିଲ୍ଳୀରେ ପ୍ରବଳ କୁହୁଡ଼ି ଲାଗି ରହୁଥିବା ହେତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରେଳ ଯାତ୍ରୀମାନେ ଖୁବ୍‌ ହଇରାଣ ହେଉଛନ୍ତି। କୁହୁଡ଼ିରେ ରାସ୍ତା ଦିଶୁ ନଥିବା ହେତୁ ରେଳବାଇ ପକ୍ଷରୁ ପୂର୍ବ ବର୍ଷଗୁଡ଼ିକ ପରି ଏ ବର୍ଷ ବି କେତେକ ଟ୍ରେନର ସମୟକୁ ବିଳମ୍ବିତ କରି ଦିଆଯାଇଛି। ରେଳବାଇ ପକ୍ଷରୁ କୁହୁଡ଼ି ପାଇଁ ଯେଉଁ ପ୍ରସ୍ତୁତ ଆରମ୍ଭ ହୋଇଛି ତାହା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ପାରିନାହିଁ। ସକାଳୁଆ ଟ୍ରେନ୍‌ଗୁଡ଼ିକରେ ଏଲ୍‌ଇଡି ଫୋଗ୍‌ ଲାଇଟ୍‌ ଲଗାଯିବା ଫଳରେ ଚାଳକଙ୍କୁ ରାସ୍ତା ସ୍ପଷ୍ଟ ଦିଶିବ ବୋଲି ରେଳବାଇ ପକ୍ଷରୁ ଏହି ଲାଇଟ୍‌ ଲଗାଇବାର ନିଷ୍ପତ୍ତି ନିଆଯାଇଥିଲା। ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ।

କୁହୁଡ଼ି ହେତୁ ଦୁର୍ଘଟଣା ନ ଉପୁଜାଇବା ଚେଷ୍ଟାରେ ରେଳବାଇ ପକ୍ଷରୁ ଉତ୍ତରାଞ୍ଚଳକୁ ଯାଉଥିବା ଟ୍ରେନ୍‌ଗୁଡ଼ିକ ୧ ଘଣ୍ଟା ବିଳମ୍ବ କରିଦିଆଯାଉଛି। ଚାଳକମାନେ ଖୁବ୍‌ କମ୍‌ ଜୋର୍‌ରେ ଅର୍ଥାତ ଘଣ୍ଟାକୁ ୧୫ କିଲୋମିଟର ରାସ୍ତା ଅତିକ୍ରମ କରୁଛନ୍ତି। ଫଳରେ ଟ୍ରେନ୍‌ଗୁଡ଼ିକ ପାୟ ୪ ଘଣ୍ଟାରୁ ନେଇ ୨୨ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବ ହେଉଛି।

ବର୍ଷକୁ ବର୍ଷ ଶୀତ ସହ ସଂଘର୍ଷ କରିବା ପାଇଁ ରେଳବାଇ ବିଭିନ୍ନ ଚେଷ୍ଟା କରିଥିଲେ ବି ଏବେ ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ।

 

ସମ୍ବନ୍ଧିତ ଖବର