ଶସ୍ତା ୫ଜି ସେବାକୁ ନେଇ କ’ଣ ରହିଛି ରିଲାଏନ୍ସ ଜିଓର ପ୍ଲାନ୍‌ ଜାଣନ୍ତୁ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ୍‌ରେ କହିଥିଲା କି ଭାରତରେ କମ୍ପାନି ୨୦୨୧ ସୁଦ୍ଧା ଶସ୍ତା ୫ଜି ସେବା ପ୍ରଦାନ କରିବା ଉପରେ ବିଚାର କରୁଛି। ଜିଓର ଅଧ୍ୟକ୍ଷ ମେଥ୍ୟୁ ଉମନ୍‌ଙ୍କ କହିବାନୁସାରେ, ଭାରତରେ ୫ଜି ଟେକ୍‌ନୋଲୋଜି ୨୦୧୯-୨୦ରେ ଆସିଯିବ। କିନ୍ତୁ ଅଧିକାଂଶ ଲୋକ ଶସ୍ତା ସର୍ଭିସ୍‌ ଭାରତରେ ୨୦୨୧ରୁ ହିଁ ପାଇପାରିବେ। ଭାରତର ପ୍ରତ୍ୟେକ କୋଣଅନୁକୋଣରେ ୫ଜି ସେବା ପହଞ୍ଚାଇବା ପାଇଁ ଯୋଜନା କରାଯାଉଛି। ୨୦୨୧ସୁଦ୍ଧା ଆମ ପାଖରେ ଏମିତି ଶସ୍ତା ଡିଭାଇସ୍‌ ଉପଲବ୍ଧ ହୋଇପାରିବ ଯାହାକି ୫ଜି ପ୍ଲାଟଫର୍ମକୁ ସପୋର୍ଟ କରି ପାରିବ।

ଏଯାବତ୍‌ ୫ଜି ଟେକ୍‌ନୋଲୋଜିରେ ଚାଲିବାକୁ ଥିବା ମୋବାଇଲ୍‌ ଡିଭାଇସ୍‌ ଉପଲବ୍ଧ  ନାହିଁ। କିନ୍ତୁ ଏହି ଡିଭାଇସ୍‌ ୨୦୧୯ ସୁଦ୍ଧା ଆସିଯିବ। ଏବେ ଜିଓକୁ ୫ଜି ଇଣ୍ଟରନେଟ ଟ୍ରାଏଲ ପାଇଁ ସ୍ପେକଟ୍ରମ୍‌ ଦିଆଯାଇଛି। ଅନ୍ୟପକ୍ଷରେ ମେଥ୍ୟୁ କହିଛନ୍ତି, ଏବେ ଟେଲିକମ୍‌ ଟାରିଫ୍‌କୁ ବୃଦ୍ଧି କରାଯାଇ ପାରିବ ନାହିଁ, କାରଣ ଏବେ ବି ଲୋକେ ଫିଚର ଫୋନ୍‌ର ବ୍ୟବହାର କରୁଛନ୍ତି ଓ ସ୍ମାର୍ଟଫୋନ୍‌ରେ ଅପଗ୍ରେଡ୍‌ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର