ସର୍ବନିମ୍ନ ଜମାରାଶି ନ ଥିବାରୁ ୪୧. ୨ ଲକ୍ଷ ସଞ୍ଚୟ ଖାତା ବନ୍ଦ କଲା ଏସ୍‌ବିଆଇ

ଇନ୍ଦୋର: ସର୍ବନିମ୍ନ ଜମାରାଶି ନ ଥିବାରୁ ଚଳିତ ଆର୍ଥିକ ବର୍ଷ ଏପ୍ରିଲ୍‌-ଜାନୁଆରି ମଧ୍ୟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ପ୍ରାୟ ୪୧. ୧୬ ସଞ୍ଚୟ ଖାତା ବନ୍ଦ କରିଛି ବୋଲି ଏକ ଆର୍‌ଟିଆଇ ଅନୁସନ୍ଧାନରୁ ଜଣା ପଡ଼ିଛି। ମଧ୍ୟପ୍ରଦେଶ ଅନ୍ତର୍ଗତ ନୀମୁଚ ନିବାସୀ ଚନ୍ଦ୍ରଶେଖର ଗୌଡ଼ ଏହି ଆର୍‌ଟିଆଇ ଆବେଦନ କରିଥିଲେ।

ପାଞ୍ଚ ବର୍ଷର ବ୍ୟବଧାନ ପରେ ଗତ ଏପ୍ରିଲ୍‌ ମାସରେ ଷ୍ଟେଟ୍‌ ବ୍ୟାଙ୍କ୍‌ ହାରାହାରି ମାସିକ ଜମା ବଜାୟ ରହୁ ନ ଥିବା ସଞ୍ଚୟ ଖାତା ଉପରେ ଜରିମାନା ରାଶି ପ୍ରଚଳନ କରାଇଥିଲା। ଗତ ଅକ୍ଟୋବର ମାସରେ ଏହି ଜରିମାନା ରାଶିକୁ କିଛି ମାତ୍ରାରେ କମାଇ ଥିଲା।

ଷ୍ଟେଟ୍‌ ବ୍ୟାଙ୍କ୍‌ର ୪୧ କୋଟି ସଞ୍ଚୟ ଖାତା ରହିଛି। ସେଥିରୁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା/ବିଏସ୍‌ବିଡି ଏବଂ ପେନ୍‌ସନ ଭୋଗୀ, ନାବାଳକ, ସାମାଜିକ ନିରାପତ୍ତା ହିତାଧିକାରୀ ଆଦିଙ୍କର ଥିବା ୧୬ କୋଟି ଆକାଉଣ୍ଟ୍‌କୁ ବନ୍ଦ କରାଯାଇ ନାହିଁ। ଏ ଆକାଉଣ୍ଟ୍‌ ସବୁ ସର୍ବନିମ୍ନ ଜମାରାଶି ନ ଥିବା ଜରିମାନା ଅନ୍ତର୍ଭୁକ୍ତ ନୁହେଁ।

ସମ୍ବନ୍ଧିତ ଖବର