ପୁଣି ୩୪୧ ପଏଣ୍ଟ୍‌ ଖସିଲା ସେନ୍‌ସେକ୍ସ

ମୁମ୍ବାଇ: ଭାରତୀୟ ‌ଷ୍ଟକ ମାର୍କେଟର ନିବେଶକମାନେ ସୋମବାର ମଧ୍ୟ କ୍ଷତି ସହିଛନ୍ତି। ସେନ୍‌ସେକ୍ସ ଆଜି ୩୪୧ (୩୪୦.୭୮) ପଏଣ୍ଟ ହ୍ରାସ ପାଇବା ସହିତ ୭ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଏହି ହ୍ରାସ ସହିତ ସେନ୍‌ସେକ୍ସ ଆଜି ୩୩,୩୪୯.୩୧ ପଏଣ୍ଟରେ ବନ୍ଦ ହୋଇଛି। ପୂର୍ବରୁ ଚଳିତବର୍ଷ ଏପ୍ରିଲ ୪ ତାରିଖରେ ସେନ୍‌ସେକ୍ସ ୩୩,୦୧୯.୦୭ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୯୪.୯୦ ପଏଣ୍ଟ ହ୍ରାସ ସହିତ ୧୦,୦୩୦ ପଏଣ୍ଟରେ ବନ୍ଦ ହୋଇଛି। ଚଳିତବର୍ଷ ମାର୍ଚ୍ଚ ୨୩ ତାରିଖ ପରଠାରୁ ନିଫ୍‌ଟିର ଏହା ସର୍ବନିମ୍ନ ସ୍ତର। ମାର୍ଚ୍ଚ ୨୩ରେ ନିଫ୍‌ଟି ୯୯୯୮.୦୫ ପଏଣ୍ଟରେ ବନ୍ଦ ହୋଇଥିଲା। ଚଳିତ ସପ୍ତାହରେ ସେନ୍‌ସେକ୍ସ ୯୬୬.୩୨ ପଏଣ୍ଟ ଏବଂ ନିଫ୍‌ଟି ୨୭୩.୫୫ ପଏଣ୍ଟ ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର