ସନ୍ଦସେରାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରାଯିବ

ନୂଆଦିଲ୍ଲୀ: ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ ଚୋକ୍‌ସିଙ୍କ ପରି ବ୍ୟବସାୟୀଙ୍କ ଭଳି ଗୁଜରାଟ ଭିତ୍ତିକ ବ୍ୟବସାୟୀ ତଥା ଷ୍ଟର୍ଲିଂ ବାୟୋଟେକ୍ ଗ୍ରୁପ୍‌ର ମାଲିକମାନଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଦ୍ୟମ ଆରମ୍ଭ କରିଛି। ଅଭିଯୁକ୍ତମାନେ ହେଲେ ନୀତିନ ସନ୍ଦସେରା, ଚେତନ ସନ୍ଦସେରା, ଦୀପ୍ତି ସନ୍ଦସେରା ଓ ହିତେଶ ପଟେଲ। ପଳାତକ ଆର୍ଥିକ ଅପରାଧ ଆଇନର ଧାରା ୪ ଅଧୀନରେ ସେମାନଙ୍କୁ ଅପରାଧୀ ଘୋଷଣା ପାଇଁ ଆବେଦନ କରାଯାଇଛି। ଏମାନଙ୍କ ବିରୋଧରେ ୮୧୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ ରହିଛି। ଉପରୋକ୍ତ ୪ ଜଣ ବ୍ୟକ୍ତି ଷ୍ଟର୍ଲିଂ ଗ୍ରୁପ୍‌ର ପ୍ରତିଷ୍ଠାତା। ଏକାଧିକ ବ୍ୟାଙ୍କରୁ ଏମାନେ ଋଣ ନେଇ ପରି‌େଶାଧ କରି ନଥିବା ବେଳେ ‌େ‌ଦଶ ଛାଡ଼ି ବିଦେଶ ପଳାଇଛନ୍ତି।

ସମ୍ବନ୍ଧିତ ଖବର