ଏଫ୍‌ଡି ସୁଧ ବଢ଼ାଇଲା ଷ୍ଟେଟ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମିଆଦୀ ଜମା (ଏଫ୍‌ଡି) ଉପରେ ସୁଧ ହାରରେ ବୃଦ୍ଧି ଘୋଷଣା କରିଛି। ଏକ କୋଟି ଟଙ୍କାରୁ କମ୍ ପରିମାଣର ଜମା ଉପରେ ସୁଧ ହାର ୦.୦୫%ରୁ ୦.୧୦% ମଧ୍ୟରେ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ତତ୍କାଳ ଲାଗୁ କରାଯାଇଛି। ଏବେ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକମାନେ ଏହି ସବୁ ପ୍ରକାର ଜମା ଉପରେ ୬.୮୦% ସ୍ତରର ସୁଧ ପାଇପାରିବେ। ଏକ ବର୍ଷରୁ ଅଧିକ ଓ ଦୁଇ ବର୍ଷର କମ୍ ଅବଧିର ଜମା ଉପରେ ସୁଧ ହାରକୁ ୬.୭୦%ରୁ ବଢ଼ାଇ ୬.୮୦% କରାଯାଇଛି। ‌ବରିଷ୍ଠ ନାଗରିକଙ୍କ ପାଇଁ ଏହା ୭.୨୦%ରୁ ବୃଦ୍ଧି ପାଇ ୭.୩୦% ହୋଇଛି। ଦୁଇ ବର୍ଷରୁ ଅଧିକ ଓ ତିନି ବର୍ଷରୁ କମ୍ ଜମା ଉପରେ ସୁଧ ହାର ୬.୭୫%ରୁ ବୃଦ୍ଧି ପାଇ ୬.୮୦% ‌ହୋଇଛି। ‌କିଛି ଦିନ ତଳେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କ ଜମା ଉପରେ ସୁଧ ହାର ବଢ଼ାଇଥିଲେ। ତାହାକୁ ଦୃଷ୍ଟିରେ ରଖି ଷ୍ଟେଟ୍ ବ୍ୟାଙ୍କ ଜମା ସୁଧ ହାର ବଢ଼ାଇଥିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର