ପାଓ୍ଵାର ପ୍ଲାଣ୍ଟ୍‌ର କୋଇଲା ଅଭାବ ରହିବନି: ଏମ୍‌ସିଏଲ୍‌

ଭୁବନେଶ୍ୱର: କୌଣସି ପାଓ୍ଵାର ପ୍ଲାଣ୍ଟ୍‌ କୋଇଲା ସଙ୍କଟ ଦେଇ ଗତି କରିବେ ନାହିଁ ବୋଲି ଏମ୍‌ସିଏଲ୍‌ର ନିର୍ଦେଶକ (ଟେକ୍ନିକାଲ୍‌ ଆଣ୍ଡ୍‌ ଅପରେସନ) ଜେ ପି ସିଂହ କହିଛନ୍ତି। ସେ କହିଲେ, ଗତବର୍ଷ ଆମେ ୧୪୩ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରିଥିଲୁ। ଚଳିତ ବର୍ଷ ୧୬୨.୫ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରିବୁ। ଆମ ପାଖରେ ବିପୁଳ ପରିମାଣର କୋଇଲା ରହିଛି ଯାହାକୁ ପାଓ୍ଵାର ପ୍ଲାଣ୍ଟ୍‌ଗୁଡ଼ିକୁ ପ୍ରଦାନ କରାଯିବ। କୋଇଲା ଯୋଗାଣରେ କୌଣସି ଅସୁବିଧା ନାହିଁ। କେବଳ ବର୍ଷା ଯୋଗୁ ଯୋଗାଣ ଯାହା କିଛି ବାଧାପ୍ରାପ୍ତ ହୋଇଛି ବୋଲି ସେ କହିଛନ୍ତି। ଝାରସୁଗୁଡ଼ା-ସରଡ଼େଗା ୫୧.୩ କିଲୋମିଟର ରେଳ ଲାଇନ୍‌ ନିର୍ମାଣ କରିବାରେ ଏମ୍‌ସିଏଲ୍‌ ୧୧୨୫ କୋଟି ଟଙ୍କା ବିନିଯୋଗ କରିଛି। ଏହି ଲାଇନ୍‌ର ଦୋହରୀକରଣ କରିବାକୁ କଂପାନି ଯୋଜନା ରଖିଛି। ସେ ବାବଦରେ ୨୫୦୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସେ କହିଛନ୍ତି। ଏବେ ଏହି ଲାଇନ୍‌ ଜରିଆରେ ବାର୍ଷିକ ୧୩ ନିୟୁତ ଟନ୍‌ କୋଇଲା ପରିବହନ କରାଯିବ। ଦୋହରୀକରଣ କାର୍ଯ୍ୟ ଶେଷ ହେବା ପରେ ବର୍ଷକୁ ୪୦ ନିୟୁତ ଟନ୍‌ କୋଇଲା ପରିବହନ କରାଯାଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର