ବିମୁଦ୍ରୀକରଣ ନେଇ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା ହୋଇଥିଲା: କେନ୍ଦ୍ର

ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ ତାରିଖରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ କରି ଦିଆଯାଇଥିଲା। ଦେଶରେ ଏହା କେବଳ ନକଲି ନୋଟ୍‌, ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଣ, କଳାଟଙ୍କା ଏବଂ ଟିକସ ଫାଙ୍କିକୁ ରୋକିନାହିଁ ବରଂ ଅନୌପଚାରିକ ଅର୍ଥନୀତିକୁ ଔପଚାରିକ ଅର୍ଥନୀତିରେ ପରିଣତ କରିଛି। କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏହା କହିଛନ୍ତି। ସେହିଭଳି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସତ୍ୟପାଠରେ କୁହାଯାଇଛି ଯେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରାଯିବା ଦ୍ବାରା ଲୋକଙ୍କୁ ଯେଉଁ ଅସୁବିଧା ପହଞ୍ଚିଛି ତାହାକୁ ଆଳକରି ବିମୁଦ୍ରୀକରଣ ନିଷ୍ପତ୍ତିର ବୈଧତାକୁ ଚାଲେଞ୍ଜ କରାଯାଇ ପାରିବ ନାହିଁ। କାରଣ ସେହି ନିଷ୍ପତ୍ତି ଜାତୀୟ ଅର୍ଥନୀତିର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଥିଲା।

ସମ୍ବନ୍ଧିତ ଖବର