ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଟାପାରିଆ ଟୁଲ୍‌ସ

ଭୁବନେଶ୍ବର: ତାମିଲନାଡୁର କୋଏମ୍ବାଟୁର୍‌ ସହରରେ ଅନୁଷ୍ଠିତ ଆନ୍ତର୍ଜାତିକ ମେସିନ୍ ଟୁଲ୍‌ସ ଓ ଶିଳ୍ପ ବାଣିଜ୍ୟ ମେଳାରେ ଟାପାରିଆ ଟୁଲ୍‌ସ ଅଂଶଗ୍ରହଣ କରିଛି। ଜୁନ୍ ୨-୬ ପର୍ଯ୍ୟନ୍ତ ଚାଲିଥିବା ଏହି ମେଳାରେ କଂପାନି ଏହାର ଚ୍ୟାନେଲ୍‌ ପାର୍ଟନର ଡି ଏସ୍ ଏଜେନ୍ସି ଜରିଆରେ ଭାଗ ନେଇଥିଲା। କଂପାନି ତାହାର ନୂଆ ପୁରୁଣା ଉତ୍ପାଦ ବର୍ଗମାଳାକୁ ପ୍ରଦର୍ଶିତ କରିଛି। ଏଥିରେ କଂପାନିର ମହାପ୍ରବନ୍ଧକ (ମାର୍କେଟିଂ) ବି ପିଲାଇ ଓ ମନୋ ସିଂଘଲା ଯୋଗ ଦେଇ ଉତ୍ପାଦଗୁଡ଼ିକର ବୈଷୟିକ ଦିଗ ବିଷୟରେ ବୁଝାଇଥିଲେ। ଏକ ଭାବ ବିନିମୟ କାର୍ଯ୍ୟକରେ ଭାଗ ନେଇ ସେମାନେ ରିଟେଲରମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଂପାନି ଏହାର ଟି ସକେଟ୍ ରେଂଚ୍‌, ଟର୍କ ରେଂଚ୍‌, ଷ୍ଟିଲ୍‌ ଫାଇଲ୍‌, ହାମର ଡ୍ରିଲ୍‌, ପ୍ଲାଷ୍ଟିକ୍ ଟୁଲ୍‌ ବକ୍ସ, ବିଟ୍‌, ଡ୍ରାଇଭର୍ ଓ ଡାଇମଣ୍ଡ୍‌ ବ୍ଲେଡ୍‌ ଆଦିକୁ ପ୍ରଦର୍ଶିତ କରିଥିଲା।

ସମ୍ବନ୍ଧିତ ଖବର