ମାଇଁ ଫାସ୍‌ଟ୍ୟାଗ୍‌ ଆପ୍‌ରୁ ଜାଣିହେବ ବାଲାନ୍ସ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ର ‘ମାଇଁ ଫାସ୍‌ଟ୍ୟାଗ୍‌ ଆପ୍‌’ରେ ନୂଆ ସୁବିଧା ସାମିଲ କରାଯାଇଛି। ଏହା ଜରିଆରେ ବ୍ୟବହାରକାରୀମା‌ନେ ନିଜ ଫାସ୍‌ଟ୍ୟାଗ୍‌ ଆକାଉଣ୍ଟ୍‌ର ବାଲାନ୍ସ ଜାଣିପାରିବେ। ଆପ୍‌ରେ ‘ଚେକ୍ ବାଲାନ୍ସ ଷ୍ଟାଟସ୍‌’ ସୁବିଧାକୁ ଯୋଡ଼ା ଯାଇଛି। ବ୍ୟବହାରକାରୀମାନେ ନିଜ ଗାଡ଼ିର ନମ୍ବର ଦେଇ ଆକାଉଣ୍ଟ୍‌ ବାଲାନ୍ସ ଜାଣିପାରିବେ। ଉଭୟ ଗାଡ଼ି ମାଲିକ ଏବଂ ଟୋଲ୍ ପ୍ଲାଜା ଅପରେଟର ଆକାଉଣ୍ଟ୍‌ ବାଲାନ୍ସକୁ ଜାଣିପାରିବେ। ଆକାଉଣ୍ଟ୍‌ ବାଲାନ୍ସକୁ ବିଭିନ୍ନ ରଙ୍ଗ ଜରିଆରେ ପ୍ରଦର୍ଶିତ କରାଯାଉଛି। ପର୍ଯ୍ୟାପ୍ତ ପରିମାଣର ବାଲାନ୍ସ ଥିଲେ ସବୁଜ ରଙ୍ଗ, କମ୍ ବାଲାନ୍ସ ଥିଲେ କମଳା ଓ ବ୍ଲାକ୍ ଲିଷ୍ଟ୍‌ ଥିବା ଟ୍ୟାଗ୍‌ ପାଇଁ ଲାଲ୍ ରଙ୍ଗ୍‌ କୋଡ୍‌କୁ ବ୍ୟବହାର କରାଯାଉଛି।

ସମ୍ବନ୍ଧିତ ଖବର