ଭାରତରେ ଲଞ୍ଚ ହେବ ତିନି ଚକିଆ ସ୍କୁଟର! ଘଣ୍ଟା ପ୍ରତି ବେଗ ୧୩୫ କିମି ରହିଛି

ନୂଆଦିଲ୍ଲୀ: ଅଟୋମୋବାଇଲ କମ୍ପାନି ପ୍ୟୁଗେଟ ଭାରତରେ ନିଜର ସ୍କୁଟର ଲଞ୍ଚ କରିବାର ସମ୍ଭାବନା ଅଛି । ଏହି ସ୍କୁଟରର ବିଶେଷତ୍ୱ ହେଉଛି ଏଥିରେ ୩ଟି ଚକ ଅଛି । ଏହା ବ୍ୟତୀତ ଏଥିରେ ୪୦୦ ସିସିର ଇଞ୍ଚିନ ଦିଆଯାଇଛି।  ଏହି ସ୍କୁଟରର ନାମ ପ୍ୟୁଗେଟ ମେଟ୍ରୋ ପୋଲିସ ୪୦୦ ରହିଛି। ଏହି ସ୍କୁଟର ସାଧାରଣ ସ୍କୁଟର ଠାରୁ ସମ୍ପୁର୍ଣ୍ଣ ଭିନ୍ନ। ଏହାର ତିନୋଟି ଟାୟାରରେ ଡିସ୍କ ବ୍ରେକର ସୁବିଧା ଦିଆଯାଇଛି । ଏମିତିରେ ଏହାକୁ ଚଳାଇବା ବହୁତ ସହଜ କାହିଁକି ନା ଏଥିରେ ଚାଳକକୁ ବାଲାନ୍‌ସ ମିଳିଥାଏ ।

ପ୍ୟୁଗେଟ, ମହିନ୍ଦ୍ରା ଟୁ ହୁଇଲର ସହ କାମ କରୁଛି । ଏଡି ସ୍କୁଟରକୁ କଳା, ଧୂସର, ଧଳା ଏବଂ ନାଲି ରଙ୍ଗରେ ଲଞ୍ଚ କରାଯାଇପାରେ । ଏହାର ଇଞ୍ଚିନ୍‌ରେ ୭,୦୦୦ପିଏମ/୩୫.୬ ଏଚପିର ପାୱାର ପ୍ରଦାନ କରିବ। ଏହି ସ୍କୁଟରକୁ ପୂର୍ବରୁ ଅନେକ ଦେଶରେ ଲଞ୍ଚ କରାଯାଇସାରିଛି । ଏହାର ବେଗ ଘଣ୍ଟା ପ୍ରତି ୧୩୫ କିମି ରହିଛି। ଏହାର ଓଜନ ପାଖାପାଖି ୨୫୮ କିଲୋ ରହିଛି। ଆହୁରି ବି ଅନେକ ଫିଚର୍ସ ଅଛି । ଏହି ସ୍କୁଟର ଡିକ୍କି କାର ଭଳି ଖୋଲିବ । ଏହା ବ୍ୟତୀତ ଏଥିରେ ଟାୟାର ପ୍ରେସର ସେନ୍‌ସର ଦିଆଯାଇଛି । ଅନ୍ୟ ସ୍କୁଟରଙ୍କ ତୁଳନାରେ ଏଥିରେ ବଡ ବଡ ଦର୍ପଣ ଲାଗିଛି । ପାର୍କିଙ୍ଗ ପାଇଁ ବ୍ରେକର ବଟନ ବି ଦିଆଯାଇଛି । ଏଥିରେ ଆଟୋମେଟିକ ଲକିଙ୍ଗର ସିଷ୍ଟମ ଓ ଫୁଲ ଏଲଇଡି ଲାଇଟ ବି ଖଞ୍ଜା ଯାଇଛି।

ସମ୍ବନ୍ଧିତ ଖବର