ଏହି ସବୁ ରାଜ୍ୟରେ ଖୁବ୍‌ ଶୀଘ୍ର ବନ୍ଦ ହୋଇପାରେ ଟିକ୍‌ ଟକ୍‌

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଆପ୍‌ ତଥା ମ୍ୟୁଜିକାଲ ଆପ୍‌ ଟିକ୍‌ ଟକ୍‌କୁ ନେଇ ବିବାଦ ହେବା କିଛି ନୂଆ କଥା ନହେଁ । ପୂର୍ବରୁ ଏହି ଆପ୍‌କୁ ନେଇ ଅନେକ ବିବାଦ ହୋଇ ସାରିଛି । ଏମିତି କି ଭାରତରେ କିଛି ସମୟ ପାଇଁ ଏହି ଆପ୍‌ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । କିନ୍ତୁ ପରେ ଏହି ଆପ୍‌ ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା । ପ୍ରତିବନ୍ଧକ ହଟିବା ପରେ ମଧ୍ୟ କିିଛି ଲୋକ ଏହାକୁ ବିରୋଧ କରିବା ସହ ଏହା ଦେଶର ଯୁବପିଢ଼ୀଙ୍କୁ ଖରାପ କରୁଥିବା ନେଇ ଅଭିଯୋଗ କରି ଚାଲିଛନ୍ତି । ଏହା ଜରିଆରେ ହିଂସା ସୃଷ୍ଟି କରାଯାଉଥିବା ଦେଖି ତାମିଲନାଡୁର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମଣିକନ୍ଦନ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଥିବା ଜଣା ପଡ଼ିଛି । କିଛି ନୋଡାଲ ଅଫିସରଙ୍କୁ ଏ ନେଇ ରାଜ୍ୟରେ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଖୁବ୍‌ ଶୀଘ୍ର ଆପ୍‌ ଉପରେ ପ୍ରତିବନ୍ଧକ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି ।

TNW

କେବଳ ତାମିଲନାଡୁ ନୁହେଁ ତେଲେଙ୍ଗାନା, ମହାରାଷ୍ଟ୍ର, ଗୁଜୁରାଟ ଓ ପଶ୍ଚିମବଙ୍ଗରେ ମଧ୍ୟ ଟିକ୍‌ ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇବାର ଯୋଜନା ଆରମ୍ଭ ହୋଇ ଯାଇଛି । ପଞ୍ଜାବ ଏବଂ କର୍ଣ୍ଣାଟକ ସରକାର ମଧ୍ୟ ଏହାକୁ ଅନୁସରଣ କରିପାରନ୍ତି ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର