ଶ୍ରେଷ୍ଠ ଆବାସିକ ବିଦ୍ୟାଳୟ ପୁରସ୍କାର ପାଇଁ ଟିଏସ୍‌ଜି ଗୁରୁକୁଳ ମନୋନୀତ

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ସୁନାମଧନ୍ୟ ସଂସ୍ଥା ପ୍ରାଇମ୍‌ ଟାଇମ୍‌ ରିସର୍ଚ୍ଚ ମିଡିଆ ଟି.ଏସ୍‌.ଜି. ଗୁରୁକୁଳକୁ ତା’ର ବଳିଷ୍ଠ ପରିଚାଳନା ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଶ୍ରେଷ୍ଠ ଆବାସିକ ବିଦ୍ୟାଳୟ ଭାବେ ପୁରସ୍କୃତ କରିବା ଲାଗି ମନୋନୀତ କରିଛି। ଦିଲ୍ଲୀସ୍ଥିତ ଏହାର କାର୍ଯ୍ୟାଳୟରେ ଷଷ୍ଠ ଗ୍ଲୋବାଲ୍‌ ଏଜୁକେସ୍‌ନାଲ ପୁରସ୍କାର ଏପ୍ରିଲ୍‌ ୨୯ ତାରିଖରେ ପ୍ରଦାନ କରାଯିବ। ଉଲ୍ଲେଖ ଥାଉକି ଏହି ପୁରସ୍କାର ଓଡ଼ିଶାର ଟି.ଏସ୍‌.ଜି ଗୁରୁକୁଳ ପାଇବାରେ ପ୍ରଥମ। ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ସାରଦା ମିଶ୍ର ଏହି ଉତ୍ସବରେ ଯୋଗଦେବା ଲାଗି ଆମନ୍ତ୍ରିତ ହୋଇଛନ୍ତି।

ସମ୍ବନ୍ଧିତ ଖବର