‘ଷ୍ଟୁପିଡ୍‌’ ଆପ୍‌ରେ ଟଙ୍କା ଜିତିବା ସୁଯୋଗ

ଭୁବନେଶ୍ୱର: ଷ୍ଟୁପିଡ୍‌ ନାମକ ଏକ ସୋସିଆଲ୍‌ ଗେମିଂ ଆପ୍‌କୁ ନେଇ ଚର୍ଚା ଜୋର ଧରିଛି। ଏହି ଆପ୍‌ ଏହାର ବ୍ୟବହାରକାରୀମାନଙ୍କୁ ଟଙ୍କା ଜିତିବାର ସୁଯୋଗ ପ୍ରଦାନ କରୁଛି। ବ୍ୟବହାରକାରୀମାନେ କିଛି ପ୍ରଶ୍ନର ଉତ୍ତର ଦେଇ ଟଙ୍କା ଜିତିପାରିବେ ଓ ସେହି ଟଙ୍କାକୁ ପେଟିଏମ୍‌ ଜରିଆରେ ପାଇପାରିବେ। ଏହି ଆପ୍‌କୁ ତିନି ବନ୍ଧୁ ସୌରଭ କର୍‌ମାକର, ସାହେବ ରାୟ ଏବଂ ପ୍ରମୋଦ କେ ମାଲୁଙ୍କ ଦ୍ୱାରା ୨୦୧୭ରେ ଆରମ୍ଭ କରାଯାଇଥିଲା। ଷ୍ଟୁପିଡ୍‌ ଆପ୍‌ରେ ବ୍ୟବହାରକାରୀମାନଙ୍କୁ ୧୦୦ ସେକେଣ୍ଡ୍‌ରେ ୧୦ଟି ଉତ୍ତର ଦେବାକୁ ପଡ଼ିବ। ସେମାନେ ପୁରସ୍କାର ଭାବେ ୨୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଜିତିପାରିବେ।

ସମ୍ବନ୍ଧିତ ଖବର