ବେଦାନ୍ତର ୧୨ ଏମ୍ଏମ୍ ଆଲୁମିନିୟମ୍ ବିଦ୍ୟୁତ ତାର

ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ୧୨ ଏମ୍ଏମ୍‌ର ଆଲୁମିନିୟମ ବିଦ୍ୟୁତ ତାର ଉନ୍ମୋଚନ କରାଯାଇଛି। ଝାରସୁଗୁଡ଼ାରେ ଆରମ୍ଭ ହୋଇଥିବା ଆନ୍ତର୍ଜାତିକ ଆଲୁମିନିୟମ ସମ୍ମିଳନୀର ପ୍ରଥମ ସଂସ୍କରଣ ଅବସରରେ ଏହି ତାରକୁ ଉନ୍ମୋଚନ କରାଯିବା ସହ ପ୍ରଦର୍ଶିତ କରାଯାଇଛି। ଝାରସୁଗୁଡ଼ା ଓ ଛତିଶଗଡ଼ର ବାଲ୍‌କୋରେ ଥିବା ସ୍ମେଲଟରରେ କଂପାନି ଏହି ତାର ପ୍ରସ୍ତୁତ କରୁଛି। ଟ୍ରାନ୍ସଫର୍ମର, ଅଟୋମୋବାଇଲ୍ ଓ ଅନ୍ୟାନ୍ୟ କ୍ଷେତ୍ରରେ ତାହାକୁ ବ୍ୟବହାର କରାଯାଇପାରିବ। ଏ ସମ୍ପର୍କରେ କଂପାନିର ସିଇଓ ରାହୁଲ ଶର୍ମା କହିଛନ୍ତି ଯେ ୧୨ ଏମ୍ଏମ୍ ତାରକୁ ଉନ୍ମୋଚନ କରି ଆମେ ଅତ୍ୟନ୍ତ ଆନନ୍ଦିତ। ଆମେ ବିଦ୍ୟୁତ ଶିଳ୍ପର ଆବଶ୍ୟକତାକୁ ଦୀର୍ଘଦିନ ଧରି ପୂରଣ କରୁଛୁ। ଏହି ତାର ଜରିଆରେ ଆମେ ସେମାନଙ୍କ ଲାଗି ନୂଆ ସମାଧାନ ଉପସ୍ଥାପନ କରିଛୁ। ନିକଟରେ କଂପାନି ବେଦାନ୍ତ ଆଲୁମିନିୟମ ପାର୍କ ବିଷୟରେ ଘୋଷଣା କରିଛି ଯାହା ଝାରସୁଗୁଡ଼ା ସ୍ମେଲଟର ପାଇଁ ଏକ ଉଜ୍ଜ୍ବଳ ସମ୍ଭାବନା ସୃଷ୍ଟି କରିବ।

ସମ୍ବନ୍ଧିତ ଖବର