ଭୋଡ଼ାଫୋନର ନୂଆବର୍ଷ ଭେଟି : ଆରମ୍ଭ କରିବ ଭୋଲ୍‌ଟି ସେବା

ଭୁବନେଶ୍ୱର : ଟେଲିକମ ସେବା ପ୍ରଦାନକାରୀ କମ୍ପାନି ଭୋଡାଫୋନ୍‌ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ନୂଆବର୍ଷ ଉପହାର । କମ୍ପାନି ଆଗାମୀ ଜାନୁଆରିରେ ଭୋଲ୍‌ଟି ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଛି । ପୂର୍ବରୁ ରିଲାଏନ୍ସ ଜିଓ ଓ ଏୟାରଟେଲ ଦେଶରେ ଭୋଲଟି ବା ଭଏସ୍‌ ଓଭର ଏଲଟିଇ ସେବା ପ୍ରଦାନ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ସେବା ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, କର୍ଣ୍ଣାଟକ ଓ କୋଲକାତାରେ ଆରମ୍ଭ ହେବ ଏବଂ ତା ପରେ ସାରା ଦେଶରେ ଏହି ସେବା ଚାଲୁ କରାଯିବ ।

ଭୋଡାଫୋନ୍‌ର ଭୋଲ୍‌ଟି ସେବା ଭୋଡାଫୋନ୍‌ ସୁପରନେଟ୍‌ ୪ଜି ଗ୍ରାହକମାନଙ୍କୁ ଏଚ୍‌ଡି ମାନର ଅତି ସ୍ପଷ୍ଟ ଭଏସ୍‌ ସହିତ ସୁପର କଲ୍‌ କନେକ୍ଚିଭିଟି ସମୟର ଅନୁଭୂତି ପ୍ରଦାନ କରିବ। ଭୋଡାଫୋନ୍‌ ୪ଜି ଗ୍ରାହକମାନେ କୌଣସି ଅତିରିକ୍ତ ଶୁଳ୍କ ବିନା ଭୋଲ୍‌ଟିର ଅନୁଭୂତି ନେଇପାରିବେ। ସେମାନଙ୍କୁ କେବଳ ଭୋଡାଫୋନ୍‌ ଭୋଲଟି ଏବଂ ୪ଜିକୁ ସପୋର୍ଟ କରୁଥିବା ଏକ ହ୍ୟାଣ୍ଡସେଟ୍‌ ନେବାକୁ ପଡ଼ିବ। ଭଏସ୍‌ ଓଭର ଏଲଟିଇ (ଭୋଲ୍‌ଟି) ଏଚ୍‌ଡି ମାନର କଲିଂ ସହିତ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବ ଓ ଆମର ଗ୍ରାହକଙ୍କୁ ନୂତନ ସମ୍ଭାବନା ପ୍ରଦାନ କରିବ। ଭୋଡାଫୋନ୍‌ ଭୋଲ୍‌ଟି ହେଉଛି ଆମର ଡାଟା ସୁଦୃଢ଼ ନେଟୱର୍କରେ ଉନ୍ନତି ଆଣିବା ପାଇଁ ଏକ ଭବିଷ୍ୟତ ଅନୁକୂଳ ପ୍ରଯୁକ୍ତି ଉନ୍ମୋଚନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନୀଲ ସୁଦ କହିଛନ୍ତି ।

ପୂର୍ବରୁ ଭାରତରେ ରିଲାଏନ୍ସ ଜିଓ ଓ ଏୟାରଟେଲ ପକ୍ଷରୁ ଭୋଲଟି ସେବା ପ୍ରଦାନ କରାଯାଉଛି । ଏବେ ଏହି କ୍ଷେତ୍ରରେ ଭୋଡ଼ାଫୋନର ଯୋଗଦାନ ପରେ ୪ଜି ସେବା କ୍ଷେତ୍ରରେ ପ୍ରତିଯୋଗିତା ଆହୁରି ତୀବ୍ର ହେବା ଆଶା କରାଯାଉଛି । କିନ୍ତୁ ଏହାଦ୍ୱାରା ଗ୍ରାହକ ଲାଭରେ ରହିବା ସମ୍ଭାବନା ବେଶ ଅଧିକ ।

 

ଏହି ସେବା ପ୍ରଦାନ ଲାଗି ଭୋଡାଫୋନ୍‌ ପକ୍ଷରୁ ପ୍ରାୟ ୧ଲକ୍ଷ ୪୦ ହଜାର ଟାଓ୍ଵାରର ଏକ ସୁଦୃଢ଼ ଏବଂ ଡାଟା ସୁଦୃଢ଼ ନେଟୱର୍କ ଗଠନ କରିଛି ଯାହା ଏହାର ଗ୍ରାହକମାନଙ୍କୁ ଉନ୍ନତ କଲ୍‌ ମାନ ଏବଂ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ପ୍ରଦାନ କରୁଛି। ଭୋଡ଼ାଫୋନ ପୂର୍ବରୁ ୪-ଜି ସେବା ଯୋଗାଉଥିଲେ ମଧ୍ୟ ତାହା ଭୋଲଟି ସେବା ନଥିଲା ।

ପୂର୍ବରୁ ଭାରତରେ ରିଲାଏନ୍ସ ଜିଓ ଓ ଏୟାରଟେଲ ପକ୍ଷରୁ ଭୋଲଟି ସେବା ପ୍ରଦାନ କରାଯାଉଛି । ଏବେ ଏହି କ୍ଷେତ୍ରରେ ଭୋଡ଼ାଫୋନର ଯୋଗଦାନ ପରେ ୪ଜି ସେବା କ୍ଷେତ୍ରରେ ପ୍ରତିଯୋଗିତା ଆହୁରି ତୀବ୍ର ହେବା ଆଶା କରାଯାଉଛି । କିନ୍ତୁ ଏହାଦ୍ୱାରା ଗ୍ରାହକ ଲାଭରେ ରହିବା ସମ୍ଭାବନା ବେଶ ଅଧିକ ।

ସମ୍ବନ୍ଧିତ ଖବର